ଅକ୍ଟୋବର ୧୧ ରୁ ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ବିଶ୍ଵକପ୍‌ ଆରମ୍ଭ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୪/୦୯:  ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ବିଶ୍ଵକପ୍‌ ପ୍ରତିଯୋଗିତା ଅକ୍ଟୋବର ୧୧ ରୁ ଆରମ୍ଭ ହେବାକୁ ଯାଉଛି । ଏହା ଅକ୍ଟୋବର ୩୦ ଯାଏ ଚାଲିବ । ୩ ଟି ସହର ଯଥା ମୁମ୍ବାଇ, ଗୋଆ ଏବଂ ଭୁବନେଶ୍ବରରେ ଏହାର ମ୍ୟାଚ୍‌ ଖେଳାଯିବ । ଭାରତର ୩ଟି ଯାକ ମ୍ୟାଚ୍‌ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ ଠାରେ ଆୟୋଜନ ହେବା ନେଇ ସ୍ଥିର ହୋଇଛି । ପୂର୍ବରୁ ୨୦୧୭ରେ ଫିଫା ପୁରୁଷ ଫୁଟବଲ୍‌ ବିଶ୍ୱକପ୍‌ ଭାରତ ଆୟୋଜନ କରିଥିବା ବେଳେ ଦ୍ୱିତୀୟ ଥର ପାଇଁ ଫୁଟବଲ୍‌ ବିଶ୍ୱକପ୍‌ ଆୟୋଜନ ଦ୍ୱାୟିତ୍ୱ ନେଇଛି ଭାରତ ।

ଭାରତ ଏହି ପ୍ରତିଯୋଗିତାକୁ ହୋଷ୍ଟ କରିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । କଳିଙ୍ଗ ଷ୍ଟାଡିୟମ୍‌ ବ୍ୟତୀତ ମୁମ୍ୱାଇର ଡିୱାଇ ପାଟିଲ୍‌ ଷ୍ଟାଡିୟମ୍‌ ଏବଂ ଗୋଆର ଜବାହରଲାଲ୍‌ ନେହେରୁ ଷ୍ଟାଡିୟମ୍‌ରେ ଏହାର ମ୍ୟାଚ୍‌ ଖେଳାଯିବ । ୧୬ଟି ଦେଶ ଏହି ବିଶ୍ୱକପ୍‌ରେ ଭାଗ ନେଇଛନ୍ତି । ୪ ଗ୍ରୁପ୍‌ରେ ଦଶ ଗୁଡ଼ିକ ଭାଗ କରାଯାଇଛି । ପ୍ରତି ଗ୍ରୁପ୍‌ରେ ୪ ଦେଶ ରହିଛନ୍ତି । ଗ୍ରୁପ୍ ୧ରେ ଭାରତ, ଆମେରିକା, ମୋରୋକୋ, ବ୍ରାଜିଲ୍ ରହିଥିବା ବେଳେ ଗ୍ରୁପ୍ ୨ରେ ଜର୍ମାନୀ, ନାଇଜେରିଆ, ଚିଲି, ନ୍ୟୁଜିଲ୍ୟାଣ୍ଡ ରହିଛନ୍ତି । ସେହିପରି ଗ୍ରୁପ୍ ୩ରେ ସ୍ପେନ୍, କଲମ୍ବିଆ, ମେକ୍ସିକୋ, ଚୀନ୍ ରହିଥିବା ବେଳେ ଗ୍ରୁପ୍‌ ୪ରେ ଜାପାନ, ତାଞ୍ଜାନିଆ, କାନାଡା, ଫ୍ରାନ୍ସ ରହିଛନ୍ତି ।

ମ୍ୟାଚ୍‌ର ପ୍ରଥମ ଦିନ ଅର୍ଥାତ ୧୧ ଅକ୍ଟୋବରରେ କଳିଙ୍ଗ ଷ୍ଟାଡିୟରେ ଦୁଇଟି ମ୍ୟାଚ୍‌ ଖେଳାଯିବ । ଫାଇନାଲ୍‌ ମ୍ୟାଚ୍‌ ଡିୱାଇ ପାଟିଲ୍‌ ଷ୍ଟାଡିୟମ୍‌ରେ ଆୟୋଜନ ହେବା ନେଇ ସ୍ଥିର କରାଯାଇଛି ।

Spread the love