ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ୫-T ସଚିବ, ଏମିତି ଉତ୍ତର ରଖିଲେ ନବୀନ

ଭୁବନେଶ୍ୱର ୧୬/୦୯: ଲୋକଙ୍କ ପାଇଁ କଲେ କଷ୍ଟ ଲାଗେନି । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ୍ ଙ୍କ ପ୍ରଶ୍ନରେ ଇଏ ଥିଲା ନବୀନଙ୍କ ଉତ୍ତର । ମୁମ୍ବାଇରେ ନିବେଶକଙ୍କ ସହିତ ଗୋଟିଏ ପରେ ଗୋଟିଏ ବୈଠକ କରି ଓଡିଶାରେ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରିଥିଲେ ନବୀନ । କୁହାଯାଉଛି ଗୋଟିଏ ଦିନରେ ଛୋଟ ବଡକୁ ମିଶାଇ ୧୮ଟି ବୈଠକ ମୁଖ୍ୟମନ୍ତ୍ରୀ କରିଥିଲେ। ମୁମ୍ବାଇ ଗସ୍ତରେ ଅଛନ୍ତି ନବୀନ।

କିନ୍ତୁ ଏସବୁ ଭିତରେ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି । କ୍ୟାମେରା ଫ୍ରେମରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଏଥିରେ ରହିଛି ପାଣ୍ଡିଆନଙ୍କ ପ୍ରଶ୍ନ ଓ ନବୀନଙ୍କ ଉତ୍ତର । ପାଣ୍ଡିଆନ ପଚାରିଛନ୍ତି ଗୋଟିଏ ଦିନରେ ଆପଣ ୧୮ଟି ବୈଠକ କରୁଛନ୍ତି, ଆପଣ କ୍ଲାନ୍ତ ଅନୁଭବ କରୁ ନାହାନ୍ତି କି ? ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଲୋକଙ୍କ ପାଇଁ କାମ କରିବା ସମୟରେ କଷ୍ଟ ଅନୁଭବ ହୋଇନଥାଏ ।

ବିଜେଡି ଡିଜିଟାଲ ଟିମ୍ ପକ୍ଷରୁ ଆଜି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ୨୫ ସେକେଣ୍ଡର ଭିଡିଓରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ପ୍ରଶ୍ନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ବି ନିଜ ଚିରାଚରିତ ଢଙ୍ଗରେ ଉତ୍ତର ଦେଉଛନ୍ତି । ମୁମ୍ବାଇର ପଂଚତାରକା ହୋଟେଲରେ ଏହି ଭିଡିଓ ସୁଟିଂ ହୋଇଛି ।

Spread the love