ରାଜଧାନୀରେ ପରାକ୍ରମ ଦେଖାଇଲେ ବାୟୁବୀର, ଏକସଂଗେ ଆକାଶରେ ଗର୍ଜିଲେ ଲଢୁଆ ହକ୍ ବିମାନ

ଭୁବନେଶ୍ୱର ୧୬/୦୯: ଆଜି ରାଜଧାନୀ ଭୁବନେଶ୍ବରରେ ସୂର୍ଯ୍ୟକିରଣ ଏୟାର ସୋ । ବାୟୁସେନା ଦେଖାଇଛି ଦମଦାର ପ୍ରଦର୍ଶନ । କୂଆଖାଈ ବାଲିଯାତ୍ରା ପଡିଆରେ ହୋଇଥିଲା ଏହି ସୂର୍ଯ୍ୟକିରଣ ସୋ । ଦେଖିବାକୁ ମିଳିଲା ଶହ ଶହ ସଂଖ୍ୟାରେ ଭିଡ । ଆକାଶରେ ଗର୍ଜିଥିଲା ୯ ଲଢୁଆ ହକ୍ ବିମାନ । ଘଣ୍ଟାକୁ ୧୬୦୦ କିଲୋମିଟରେ ବେଗରେ ଉଡିଥିଲା ବିମାନ ।

ଲିଡ୍ ନେଇଥିଲେ ଗ୍ରୁପ୍ କ୍ୟାପଟେନ୍ ଜି.ଏସ ଝେଲନ । ଏକା ସଙ୍ଗେ ୯ଟି ଫାଇଟର୍ ଜେଟ୍ ଉଡ଼ିଲା ବେଳକୁ ଦେଖଣାହାରୀଙ୍କ ଲୋମ ଟାଙ୍କୁରି ଉଠୁଥିଲା ତଳେ। ହଠାତ୍ ବିମାନଗୁଡିକ ୫୦୦ ମିଟର ତଳକୁ ସିଧା ଖସିଆସିଲେ । ଆଖି ପିଛୁଳାକେ ବିମାନ ସବୁ ଦୃଶ୍ୟମାନ ହୋଇନଥିଲା । ଏହା ପରେ ଗୋଟିଏ ପରେ ଗୋଟିଏ ବିମାନ ନିଜର ରଣକୌଶଳ ଦେଖାଇଥିଲା ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ବାୟୁସେନାର ଲଢ଼ୁଆ ବିମାନର କଳା କୌଶଳ ଦେଖିବାକୁ । କୁଆଖାଇ ନଦୀ ପଠାର ଦୁଇ ପାର୍ଶରେ କାର ପାର୍କିଙ୍ଗ ପାଇଁ ଚାରୋଟି ସ୍ଥାନରେ ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ଦୃଷ୍ଟିକୋଣରୁ ୧୫ ପ୍ଲାଟୁନ ଫୋର୍ସ , ୧୦ ଜଣ ଏସିପି ଓ ୧୫ ଜଣ ଥାନା ଅଧିକାରୀଙ୍କ ସହ ୩୦ ଜଣ ସବ୍ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି ।

Spread the love