କଣ ସୁଧୁରିବ କି ବର୍ଷା-ଅନୁଭବଙ୍କ ସମ୍ପର୍କ?, ଟ୍ୱିଟ କରି ଲେଖିଲେ ଏମିତି କିଛି

କଟକ ୧୬/୦୯: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସାଂସଦ ଅନୁଭବ ମହାନ୍ତିଙ୍କ ବେଖାତିର । ବର୍ଷାଙ୍କ ସମ୍ପର୍କିତ ଏକ ଅଡିଓକୁ କଲେ ଟୁଇଟ୍ । ସୋସିଆଲ ମେଡିଆରେ କେହି କାହାରି ବିରୋଧରେ କିଛି ଲେଖିବାକୁ ବାରଣ କରିଥିଲେ ହାଇକୋର୍ଟ । ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦେଶ୍ୟରେ ଅନୁଭବଙ୍କ ଟୁଇଟ୍ ।

ପୂର୍ବରୁ ଭାଇରାଲ ହୋଇଥିବା ଅଡିଓକୁ ନେଇ ଏହି ଟୁଇଟ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଅଡିଓଟିରେ କିଛି ମହିଳା ପରସ୍ପର ସହିତ ମୋବାଇଲରେ ବାର୍ତ୍ତାଳାପ କରୁଛନ୍ତି । ଏହି ଅଡିଓଟି ତାଙ୍କର ଓ ତାଙ୍କ ଭଉଣୀମାନଙ୍କର ବା ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ ମହାନ୍ତି । ବର୍ଷାଙ୍କୁ ଆଘାତ ଦେବା ତାଙ୍କର ଉଦେଶ୍ୟ ନୁହେଁ । କିନ୍ତୁ ସେ ଓ ତାଙ୍କର ପରିବାର ଭୋଗୁଥିବା ମାନସିକ କଷ୍ଟ ଓ ନିର୍ଯ୍ୟାତନାକୁ ନେଇ ସେ ବିବ୍ରତ ରହୁଥିବା କହିଛନ୍ତି ଅନୁଭବ । ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଟୁଇଟ୍ ବୋଲି ଶେଷରେ ଉଲ୍ଲେଖ କରିଛନ୍ତି ଅନୁଭବ ।

Spread the love