ନବରାତ୍ରିରେ କନ୍ୟା ପୂଜନ ଵିଧି କଣ ରହିଛି ଜାଣିଛନ୍ତି କି? ଦେବୀ ରୂପେ କାହିଁକି ସଜିତ କରିବା ସହ ପୂଜା କରନ୍ତି ପଢନ୍ତୁ…

ହିନ୍ଦୁ ଧର୍ମ ରେ ନବରାତ୍ରି ପର୍ବକୁ ବହୁତ ମହତ୍ଵ ଦିଆଯାଏ, ଏହା ବହୁତ ଶ୍ରଦ୍ଧାର ସହ ପାଳନ କରା ଯାଏ । ଏହି ୯ ଦିନରେ ମା’ଙ୍କର ୯ଟି ସ୍ୱରୂପକୁ ଆରାଧନା ଓ ଉପାଶନା କରା ଯାଇଥାଏ, ଏହି ଦିନ ଭକ୍ତ ବ୍ରତ ବା ଉପବାସ କରନ୍ତି । ତେବେ ଏହା ମାନ୍ୟତା ଅଟେ ଯେ ଝିଅମାନେ ମା’ଙ୍କର ସ୍ୱରୂପରେ ପୃଥିବୀରେ ବାସ କରନ୍ତି ଓ ଏହି ସଂସାର କୁ ନିଜ ପରିଶ୍ରମ ଦ୍ଵାରା ଗଢିବା ପାଇଁ ଚେଷ୍ଟା କରନ୍ତି ।


ନବରାତ୍ରିରେ କନ୍ୟା ପୂଜନ ବହୁତ ମହତ୍ଵପୂର୍ଣ ବୋଲି କୁହା ଯାଏ, ତେବେ ନବରାତ୍ରି ରେ କନ୍ୟା ପୂଜନର ଧାର୍ମିକ ମହତ୍ଵ କଣ ଆସନ୍ତୁ ଜାଣିବା ।
ଏମିତି ମାନ୍ୟତା ଅଛି ଯେ ଝିଅମାନଙ୍କ ଭିତରେ ମା ଦୂର୍ଗାଙ୍କ ବାସ ହୋଇଥାଏ, ଶାସ୍ତ୍ର ଅନୁଯାଇ କନ୍ୟା ଜନ୍ମ ପରେ କନ୍ୟାକୁ କୁଆଁରୀ ବୋଲି କୁହା ଯାଇଥାଏ, ତେବେ ଏହା କିଛି ଏପରି ଅଟେ – ଦୁଇ ବର୍ଷର ଝିଅକୁ ରୋହିଣୀ, ୬ ବର୍ଷର ଝିଅକୁ କାଳିକା, ୭ ବର୍ଷର ଝିଅକୁ ଚଣ୍ଡିକା, ୮ ବର୍ଷର ଝିଅକୁ ଶାମ୍ଭବୀ, ୯ ବର୍ଷର ଝିଅକୁ ଦୂର୍ଗା ଏବଂ ୧୦ ବର୍ଷ ଝିଅକୁ ସୁଭଦ୍ରା ବୋଲି ଧର୍ମ ଗ୍ରନ୍ଥ ରେ ଉଲ୍ଲେଖ କରା ଯାଇଛି ।

ଗ୍ରନ୍ଥ ଅନୁଯାଇ ୩ ବର୍ଷ ଠାରୁ ୯ ବର୍ଷ ଯାଏଁ ଝିଅ ସାକ୍ଷାତ ଦେବୀ ମା ସ୍ୱରୂପ ହୋଇଥାନ୍ତି । ନବରାତ୍ରି ପୂଜା କରିବା ଆଗରୁ କୁଆଁରୀ କନ୍ୟା ପୂଜା କରିବା ଉଚିତ ବୋଲି ଗ୍ରନ୍ଥ ରେ ଲେଖା ହୋଇଛି କନ୍ୟା ପୂଜା ସମାପ୍ତ ପରେ ମା ଦୂର୍ଗାଙ୍କ ପୂଜା କରିବା ଉଚିତ ।

ଭକ୍ତିଭାବ ରେ କରା ଯାଇଥିବା ପୂଜା ଗୋଟେ ବର୍ଷ କନ୍ୟା ପୂଜା ଦ୍ଵାରା ଐଶ୍ଵର୍ଯ୍ୟ ପ୍ରାପ୍ତ ହୋଇଥାଏ, ଦୁଇ ବର୍ଷ କନ୍ୟା ପୂଜା ଦ୍ଵାରା ଭୋଗ, ୩ ବର୍ଷ କନ୍ୟା ଦ୍ଵାରା ୪ରି ପୁରୁଷାର୍ଥ, ୪ ବର୍ଷ କନ୍ୟା ପୂଜା ଦ୍ଵାରା ରାଜ ସମ୍ମାନ, ୫ ବର୍ଷ କନ୍ୟା ପୂଜା ଦ୍ଵାରା ବୁଦ୍ଧି ବିଦ୍ୟା, ୬ ବର୍ଷ କନ୍ୟା ପୂଜା ଦ୍ଵାରା କାର୍ଯ୍ୟ ସିଧି, ୭ ବର୍ଷ କନ୍ୟା ପୂଜା ଦ୍ଵାରା ପରମପଦ, ୮ ବର୍ଷ କନ୍ୟା ପୂଜା ଦ୍ଵାରା ଅଷ୍ଟଲକ୍ଷ୍ମୀ ଓ ୯ ବର୍ଷ କନ୍ୟା ପୂଜା ଦ୍ଵାରା ସବୁ ପ୍ରକାର ସଫଳତା ପ୍ରାପ୍ତ ହୋଇଥାଏ । ତେବେ ଆପଣ ମଧ୍ୟ ଏହି ନବରାତ୍ରିରେ ମାଙ୍କର ପୂଜା କରନ୍ତୁ ଓ ସୁଖ ସମୃଦ୍ଧି ପ୍ରାପ୍ତ କରନ୍ତୁ ।

Spread the love