ମା’ଙ୍କୁ ବିଦାୟ ଦେଲା ବେଳେ ବଙ୍ଗୀୟ ପରମ୍ପରାରେ ସିନ୍ଦୁର ଖେଳ କାହିଁକି ହୁଏ ଏହାର ମହୋତ୍ୱ ଜାଣନ୍ତୁ…

ଓଡ଼ିଆ ପରମ୍ପରା ଅନୁଯାୟୀ ଆସନ୍ତାକାଲି ଦେବୀଙ୍କୁ ମେଲାଣି ଦିଆଯିବ। କିନ୍ତୁ ବଙ୍ଗୀୟ ପରମ୍ପରା ଅନୁସାରେ ଦେବୀଙ୍କୁ ଆଜି ବିଦାୟ ଦିଆଯାଇଥାଏ। ତେବେ ମେଲାଣି ପୂର୍ବରୁ ସିନ୍ଦୁର ଖେଳର ଏକ ନିଆରା ପରମ୍ପରା ରହିଥାଏ। ମହିଳାମାନେ ପରସ୍ପର ମୁହଁରେ ସିନ୍ଦୁର ଲଗେଇ ଦଶହରା ଉତ୍ସବର ଶେଷ ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି।

ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବଙ୍ଗୀୟ ପରମ୍ପରାରେ ଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ବିଶେଷ କରି ବାଲେଶ୍ବର, ଭଦ୍ରକ ଏବଂ କଟକରେ କିଛି ସ୍ଥାନରେ ବଙ୍ଗୀୟ ପରମ୍ପରାରେ ଦେବୀଙ୍କ ଆରାଧନା କରାଯାଇଛି। ବାପଘରକୁ ଝିଅ ଆସିଲେ ତାକୁ ଅଳତା ସିନ୍ଦୁର ଲଗାଇ ବିଦାୟ ଦିଆଯାଏ। ସେହିପରି ଦେବୀ ଧରାପୃଷ୍ଠରୁ ବିଦାୟ ନେବା ବେଳେ ଏମିତି କିଛି କଲେ ମହିଳାମାନେ ସୌଭାଗ୍ୟ ବତୀ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି।

ଶାସ୍ତ୍ରବିଧି ଅନୁସାରେ ସକାଳେ ଦେବୀ ଦୁର୍ଗ।ଙ୍କ ବିସର୍ଜ୍ଜନ ହେବା ପରେ ମହିଳାମାନଙ୍କ ମଧ୍ୟରେ ମଣ୍ଡପରେ ହୋଇଥାଏ ସିନ୍ଦୂର ଖେଳ। ଏହାପରେ ମଣ୍ଡପରୁ ମାଆଙ୍କ ବିଦାୟ ବେଳେ ଦୃଶ୍ୟ ଥାଏ ଅତ୍ୟନ୍ତ ହୃଦୟ ବିଦାରକ। ମହିଳାମାନେ ଛଳଛଳ ନୟନରେ ମେଲାଣି ଦେଇଥାନ୍ତି।

Spread the love