୭୨ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ, ଜନ୍ମଦିନରେ ଦେଶବାସୀଙ୍କୁ ସ୍ୱତନ୍ତ୍ର ଉପହାର ଦେବେ ମୋଦି

ନୂଆଦିଲ୍ଲୀ ୧୭/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ୭୨ତମ ଜନ୍ମଦିନ। ଦେଶର ଲୋକେ ଏହାକୁ ଅଲଗା ଅଲଗା ଅନ୍ଦାଜରେ ସେଲିବ୍ରେଟ୍ କରୁଛନ୍ତି । କିନ୍ତୁ ପିଏମ ମୋଦିଙ୍କର ନିଜ ଜନ୍ମଦିନ ସେଲିବ୍ରେଟ୍ କରିବାର ଅନ୍ଦାଜ୍ ଅଲଗା । କେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନରେ ନିଜ ମାଆଙ୍କ ଆଶୀର୍ବାଦରୁ ଦିନର ଆରମ୍ଭ କରନ୍ତି ତ ଆଉ କେତେବେଳେ ସାରା ଦେଶରେ କରୋନା ଟିକାକରଣର ଅଭିଯାନ ଚଳାଇ ନିଜ ଜନ୍ମଦିନକୁ ସେଲିବ୍ରେଟ୍ କରିବାର ଆମେ ଦେଖିଛେ ।

ହେଲେ ଆଜି ଭାରତର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିଜ ଜନ୍ମଦିନରେ ଏକ ବଡ଼ ଉପହାର ଦେଉଛନ୍ତି । ୭୦ବର୍ଷ ପରେ ଭାରତକୁ ୮ ଆଠଟା ଚିତାବାଘ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟପ୍ରଦେଶର କୁନୋ ଅଭୟାରଣ୍ୟରେ ଆଜି ୮ଟି ଚିତାଙ୍କୁ ଛଡ଼ା ଯାଇଛି । ନାମିବିୟାରୁ ଭାରତ ଅଣାଯାଇଛି ଏହି ୮ ଚିତା ।

Spread the love