ଶିବାଜୀଙ୍କୁ ନେଇ ବିବାଦ: ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଲୋକାର୍ପଣ ପରେ ପ୍ରତିମୂର୍ତ୍ତିକୁ କ୍ଷୀର ଢାଳି ଶୁଦ୍ଧିକରଣ କଲା ଏନସିପି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଔରଙ୍ଗାବାଦରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିର  ଲୋକାର୍ପଣ କରିଥିଲେ। ହେଲେ ଏହାର ବିରୋଧସ୍ଵରୂପ ଏନସିପିର ଯୁବ ଶାଖାର ନେତାମାନେ ପ୍ରତୀମାକୁ ସଫା କରି କ୍ଷୀରରେ ଗାଧୋଇ ଶୁଦ୍ଧିକରଣ କରିଛନ୍ତି। ନେତାମାନେ ଅଭିଯୋଗ କରିଛନ୍ତି, ମୂର୍ତ୍ତିର ଲୋକାର୍ପଣ ଦେଶଦ୍ରୋହୀ ମୁଖ୍ୟମନ୍ତ୍ରୀ କରିଛନ୍ତି। ଏଥିପାଇଁ ସେମାନେ ମୂର୍ତ୍ତିକୁ ଗାଧୋଇଛନ୍ତି। ହେଲେ ଏମିତି କରାଯିବାର ପ୍ରକୃତ କାରଣ ହେଉଛି କାର୍ଯ୍ୟକ୍ରମ ପାଇଁ କୌଣସି ବିରୋଧୀ ଦଳର ନେତା  ଏବଂ ଛାତ୍ରସଂଗଠନକୁ ଅଣଦେଖା କରିବା। ଭିଯୋଗ ହୋଇଛି ଯେ, ପ୍ରତୀମା ଲୋକାର୍ପଣ କାର୍ଯ୍ୟକ୍ରମରେ କେବଳ ଶାସକ ଦଳର ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ବିରୋଧୀ ଦଳର ବଡ ନେତାଙ୍କୁ  ଡକାଯାଇନଥିଲା।

ଶିବାଜୀଙ୍କ ଏହି ପ୍ରତିମୂର୍ତ୍ତି ଡ. ବାଲାସାହେବ ଆମ୍ବେଦକର ମରାଠାଓ୍ଵାଡା ଭିଭି ପରିସରରେ ସ୍ଥାପନ କରାଯାଇଛି। ପ୍ରତୀମାରେ ଶିବାଜୀ ଘୋଡା ଚଢିଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ସିନ୍ଦେ ସେପ୍ଟେମ୍ବର ୧୬ ତାରିଖରେ ପ୍ରତୀମାର ଲୋକାର୍ପଣ କରିଥିବା ବେଳେ ଆଜି ଏନସିପିର ଯୁବ ଶାଖାର ନେତା ପ୍ରତୀମାକୁ ସଫା କରିବା ସହିତ କ୍ଷୀରରେ ଗାଧୋଇଛନ୍ତି।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିନ୍ଦେ ପ୍ରତୀମାର ଲୋକାର୍ପଣ କରିଥିଲେ। ଏହି ସମାରୋହରେ ବିରୋଧୀ ଦଳର ନେତା ଅମ୍ବାଦାସ ଦାନଓ୍ଵେ ଏବଂ ଅନେକ ନେତାଙ୍କ ନାମ ସାମିଲ୍ ହୋଇନଥିବାରୁ ଛାତ୍ର ସଂଗଠନ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରତୀମା ଲୋକାର୍ପଣକୁ ନେଇ ବିବାଦ ମଧ୍ୟ ଦେଖା ଦେଇଥିଲା। ନିମନ୍ତ୍ରଣ ପତ୍ରରେ  କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ  ରାଓସାହେବ ଦାନଓ୍ଵେ, କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଡ. ଭାଗବତ କରାଡ, ମନ୍ତ୍ରୀ ଅବଦୁଲ ସତାର, ଉଦୟ ସାମନ୍ତ, ଅତୁଲ ସାଭେଙ୍କ ନାମ ଥିବା ବେଳେ ବିଧାନ ପରିଷଦର ବିରୋଧୀ ଦଳ ନେତା ଅମ୍ବାଦାସ ଦାନଓ୍ଵେଙ୍କ ନାମ ନଥିଲା। ଏହା ବାଦ୍ ଛାତ୍ର ସଂଗଠନକୁ ନିମନ୍ତ୍ରଣ ନଦେବା ନେଇ ମଧ୍ୟ ବିବାଦ ଦେଖା ଦେଇଥିଲା।

Spread the love