ପୁଣି ଜଣେ ନାବାଳିକା ଅନ୍ତଃସତ୍ତ୍ୱା, ଯୁବକ ଗିରଫ

ପୁଣି ଜଣେ ନାବାଳିକା ଅନ୍ତଃସତ୍ତ୍ୱା ହୋଇଛନ୍ତି କନ୍ଧମାଳ ଜିଲ୍ଲାରେ ।  ଗୋଟିଏ ଦିନ ପୂର୍ବରୁ ଜମେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁକନ୍ୟା ପ୍ରସବ କରିବା ଘଟଣାର ତାତି ଥମି ନଥିବା ବେଳେ ପୁଣି ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ଜି.ଉଦୟଗିରି ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ୍‌ ରିକୁ ନାୟକ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଫୁଲବାଣୀ ପଠାଯାଇଛି ବୋଲି ଜି.ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରା ସୂଚନା ଦେଇଛନ୍ତି।

ଯୁବକ ଜଣକ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅନ୍ତଃସତ୍ତ୍ୱା କରିଥିବା ଅଭିଯୋଗ ହୋଇଛି। ଗତକାଲି ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାରେ ଦୁଷ୍କର୍ମ ଅଭିଯୋଗ ଆସିଛି। ପୁଲିସ୍ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ସେହିପରି ଏହି ଘଟଣାରେ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବନ କରାଯାଇଛି। ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି ଯେ ଏହି ଘଟଣାରେ 6 ଜଣଙ୍କୁ ବହିଷ୍କାର କରାଯାଇଥିବା ବେଳେ 4 ଜଣଙ୍କୁ ନିଲମ୍ବନ କରାଯାଇଛି। ଛାତ୍ରୀ ଜଣଙ୍କ ହଷ୍ଟେଲ୍‌ରେ ରହୁଥିଲେ ସୁଦ୍ଧା ସ୍କୁଲ୍ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ରଖିଥିଲେ ବୋଲି ଅଭିଯୋଗ ହୋଇଛି।

Spread the love