କଟକରେ ନକଲି ମେଡ଼ିସିନ କାରବାର ଘଟଣାରେ ସିବିଆଇ ତଦନ୍ତ ଦାବି

କଟକରେ ନକଲି ମେଡ଼ିସିନ କାରବାର ଘଟଣାରେ ସିବିଆଇ ତଦନ୍ତ ଦାବି। ସିବିଆଇ ତଦନ୍ତ ପ୍ରାର୍ଥନା କରି ଓଡିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ। ରାଜ୍ୟ ବାହାରେ ଏହି ମେଡ଼ିସିନ ପ୍ରସ୍ତୁତ ହେଉଥିବା ବେଳେ ଓଡିଶା ପୋଲିସ ଏହି ମାମଲାର ତଦନ୍ତ କରିବା ସମ୍ଭବ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ସିବିଆଇ କିମ୍ବା କୌଣସି କେନ୍ଦ୍ରୀୟ ସଂସ୍ଥା ଏହି ନକଲି ମେଡ଼ିସିନ କାରବାରର ତଦନ୍ତ କଲେ ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆସିପାରିବ। ଏହି ମାମଲାରେ ସିବିଆଇ ଡିଜି, ସିବିଆଇ ଏସ୍‌ପି, ରାଜ୍ୟ ମୁଖ୍ୟ ଶାସନ ସଚିବ,ଗୃହ ସଚିବ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଓଡିଶା ପୋଲିସ ଡିଜିଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି। ହାଇକୋର୍ଟରେ ଅଭିଷେକ ଦାସଙ୍କ ପକ୍ଷରୁ ଏହି ମାମଲା ରୁଜ୍ଜୁ ହୋଇଛି।

Spread the love