ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସରପଞ୍ଚଙ୍କ ଧାରଣା

ଆନନ୍ଦପୁର ୨୩/୦୯: ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଖାଳିଆମେଣ୍ଟା ପଞ୍ଚାୟତରେ ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ସରପଞ୍ଚଙ୍କ ଧାରଣା। (ପବ୍ଲିକ୍‌ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ) ପିଡ଼ିଏସ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ପଞ୍ଚାୟତକୁ ଅବହେଳା କରାଯଉଥିବା ସହିତ ସରପଞ୍ଚଙ୍କ ବିନା ପରାମର୍ଶରେ ପ୍ରଶାସନିକ ଅଧିକାରୀମାନେ ମନମୁଖୀ କାମ କରୁଥିବା ଅଭିଯୋଗ ହୋଇଛି।

ବର୍ଷ ବର୍ଷ ଧରି ଯୋଗ୍ୟ ହିତାଧୀକାରୀମାନଙ୍କୁ ଆବାସ ଯୋଜନାରେ ପକ୍କା ଘର ଏବଂ ଭତ୍ତା ଦିଆଯାଉନି। ତାଙ୍କ ପଞ୍ଚାୟତରେ ପିଡିଏସ ଚାଉଳ ନଦେଇ ୨୦ କିମି ଦୂର ବରିପାଳ ଗାଁରେ ଜଣେ ବ୍ଯକ୍ତିଙ୍କ ଘରେ ରାସନ୍‌ ସାମଗ୍ରୀ ଦିଆଯାଉଛି। ଏହାକୁ ବିରୋଧ କରି ସରପଞ୍ଚଙ୍କ ସହିତ ତାଙ୍କ  ସମର୍ଥକମାନେ ଉପଜିଲ୍ଲପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ତୁରନ୍ତ ସମସ୍ୟାର ସମାଧାନ କରି ସରପଞ୍ଚଙ୍କୁ କ୍ଷମତା ଦେବା ପାଇଁ ଉପଜିଲ୍ଲାପଳଙ୍କୁ ସରପଞ୍ଚଙ୍କ ସମର୍ଥକମାନେ ଅନୁରୋଧ କରିଛନ୍ତି ।

Spread the love