ବିଜେଡ଼ିର ଜନସଂପର୍କ ପଦଯାତ୍ରା ଆରମ୍ଭ

ଭୁବନେଶ୍ୱର ୦୨।୧୦ : ଆରମ୍ଭ ହୋଇଛି ବିଜେଡ଼ିର ଜନସଂପର୍କ ପଦଯାତ୍ରା। ଭୁବନେଶ୍ଵର ଏକାମ୍ର କ୍ଷେତ୍ରରୁ ପଦଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାରଗିଲ ବସ୍ତିରେ ପଦଯାତ୍ରା କରି ଶୁଭାରମ୍ଭ କରିଛନ୍ତି। ଆଜି ଠାରୁ ମାସେ ବ୍ୟାପି ପଦଯାତ୍ରା ଚାଲିବାକୁ ଥିବା ବେଳେ ସମସ୍ତଙ୍କ ସହଯୋଗ ଲୋଡିଚନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏକାମ୍ର ନିର୍ବାଚନ ମଣ୍ଡଳୀର କାର୍ଗିଲ ବସ୍ତିରେ ଏନେଇ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ କର୍ମୀଙ୍କୁ ସମ୍ବୋଧନ କରିଥିଲେ ନବୀନ । ସମସ୍ତେ ସହଯୋଗ କରିବା ସହ ପଦଯାତ୍ରା ସଫଳ ପାଇଁ ଆହ୍ବାନ ଦେଇଛନ୍ତି। ଭୁବନେଶ୍ଵରରେ ଆୟୋଜିତ ଦୁଇ ଦିନିଆ ପଦଯାତ୍ରା ପ୍ରସ୍ତୁତି ବୈଠକରେ ରୋଡ ମ୍ୟାପ ସ୍ଥିର ହୋଇଥିବା ବେଳେ ସେହି ଆଧାରରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ଦଳ ସ୍ଥିର କରିଛି। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ନିକଟକୁ ଯିବ ବିଜେଡି।

Spread the love