ମଶାଣୀଚଣ୍ଡିଙ୍କ ପୀଠରେ ପାରମ୍ପରିକ ପୂଜା ଓ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ

ପୁରୀ ଜିଲ୍ଲା ମଶାଣୀଛକ ନିକଟସ୍ଥ ମାର୍କଣ୍ଡେଶ୍ୱର ସାହିରେ ଓଁ ଶ୍ରୀ ଶ୍ରୀ ମା ଭଟିକିପେଣ୍ଠ ମଶାଣୀଚଣ୍ଡି ଉନ୍ନୟନ ସମିଟି କର୍ମକର୍ତାଙ୍କ ପକ୍ଷରୁ ଗତ 3ଦିନ ଧରି ମା ମଶାଣୀଚଣ୍ଡିଙ୍କ ପୀଠରେ ପରମ୍ପରିକ ପୂଜା ସହ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାଯ୍ୟକ୍ରମରେ ପୃର୍ବତନ ବାଚସ୍ପତି ମହେଶ୍ୱର ସାହୁ ମୁଖ୍ୟ ଅତିଥି ଥିବାବେଳେ ସମାଜସେବୀ ଚକ୍ରଧର ମହାପାତ୍ର, ପୁରୀ ଜିଲ୍ଲା ସଦର ବ୍ଲକ ଅଧକ୍ଷ ଦିବାକର ପାତ୍ର, ବିଜେଡି ଜିଲ୍ଲା ଉପସଭାପତି ଭକ୍ତଚରଣ ଦାସ, ପୃର୍ବତନ ଉପ ନଗରପାଳ ସବ୍ୟ ସାଚି ମହାପାତ୍ର, ଗୁଣଧର ଦାସ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ.


ସମିଟି କର୍ମକର୍ତାଙ୍କ ପ୍ରୟାସରେ ଗୀତିନାଟ୍ୟ ଓ ପାଇକ ଆଖଡ଼ା, ଓଡ଼ଶୀ ନୃତ୍ୟ ଓ ଭଂଜନ ହୋଇଥିଲା. କୁନି କୁନି ପିଲା ନିଜର କଳା ପ୍ରଦଶନ କରିବା ପରେ କମିଟି ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି. ଏହି ପୂଜାକୁ କମିଟି ସଭାପତି ଲିଟୁ ପ୍ରଧାନ ସୂଚାରୁ ରୂପେ ପରିଚାଳନା କରିଥିବାରୁ ଗ୍ରାମବାସିମାନେ ଧନ୍ୟବାଦ ଦେଇଛନ୍ତି.

Spread the love