ସୋନପୁରରେ ଉତ୍ସବମୁଖର ପରିବେଶ

ବିନିକା ୦୬।୧୦: ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ପୂଜା ପାଇଁ ଚାରିଆଡେ ଉତ୍ସବମୁଖର ପରିବେଶ ରହିଥିଲା l ସାଜସଜ୍ଜା ସାଙ୍ଗକୁ ମନ୍ତ୍ର ଧ୍ବନିରେ କମ୍ପି ଉଠୁଥିଲା ଗାଁଠୁ ସହର l ମହାମାୟାଙ୍କ ମା ଦୁର୍ଗାଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଶେଷ ହୋଇଯାଇଛି l କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ହେବ ପରଦା ପଛରେ ମାଙ୍କ ପୂଜାର୍ଚ୍ଚନା ହୋଇଛି । ଚଳିତ ବର୍ଷ ସଂପୂର୍ଣ୍ଣ ଭାବରେ କଟକଣା କୋହଳ ହେବାରୁ ସନ୍ଧ୍ୟା ସମୟରେ ମାଙ୍କ ଆରତୀ ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା l ବିନିକା ସହର ପୁରୁଣା ବସଷ୍ଟାଣ୍ଡ ଓ ମହାଦେବପାଳି ଦୁର୍ଗାମଣ୍ଡପରେ ମାଙ୍କ ପୂଜାର୍ଚ୍ଚନା ସହ ରାବଣ ଦରବାରରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା l ରାବଣ ଦରବାରରେ ପ୍ରତ୍ୟେକ ଦିନ ରାଜଅତିଥି ଭାବରେ ବିଧାୟକ, ମନ୍ତ୍ରୀ, ଅଭିନେତା, ଅଭିନେତ୍ରୀ ମାନେ ଉପସ୍ଥିତ ରହୁଥିଲେ l

Spread the love