ଖେଳିବାକୁ ମନାକଲେ ମାଆ, ଲୁଗା ଲଗାଇ ଝୁଲିପଡିଲେ ଦଶମ ଶ୍ରେଣୀ ଛାତ୍ରୀ
କୋଣାର୍କ ୭/୧୦: ଖେଳିବାକୁ ନଯିବାକୁ ଦେବାରୁ ଆତ୍ମହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ରୀ । ଏମିତି ଅନୁମାନ ଲଗାଇଛି କୋଣାର୍କ ପୋଲିସ । ସୂଚନାଥାଉକି କୋଣାର୍କ ଥାନା ଅଧିନ କାନାଡା ବ୍ୟାଙ୍କ ଗଳିରେ ୧୦ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ପୋଲିସ ସନ୍ଦେହ ଘେରରେ । ଗତକାଲି ଦାମୋଦର ଉଚ୍ଚ ବାଳିକା ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ରୀ ଗୁନୁମୁନୁ ଜେନା କୁମାର ପୂର୍ଣ୍ଣିମା ଖେଳିବା ପାଇଁ ଗାଁକୁ ଯିବାପାଇଁ ନିଜ ମାଙ୍କୁ କହିଥିଲେ । ହେଲେ ପାଠପଢା ରାତିରେ ଖେଳିବାକୁ ଯାଇପାରିବୁନି ବୋଲି ବାରଣ କରିଥିଲେ ମା । କାରଣ ମାଆଙ୍କ ବାରଣକୁ ନେଇ ଝଗଡା କରିଥିଲେ ଗୁନୁମୁନ୍ । ହେଲେ ମା ରାଜି ନ ହେବାରୁ ଗୁନୁମୁନୁ ନିଜ ଘରେ ମାଙ୍କ ପିନ୍ଧା ଲୁଗା ବାନ୍ଧି ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା କହିଛନ୍ତି ପରିବାର ଲୋକେ ।
ସୂଚନା ଥାଉକି, ଗୁନୁମୁନୁଙ୍କ ବାପା ନିରଞ୍ଜନ ଜେନା ଚିକେନ୍ ଦୋକାନରେ ଥିବା ବେଳେ ମା ଠାକୁର ଦର୍ଶନ କରିବା ଲାଗି ସତ୍ୟସାଇ ମନ୍ଦିର ଯାଇଥିଲେ । ମନ୍ଦିରରୁ ମା ଆସି ଦେଖିବା ବେଳକୁ ଝିଅ ଫ୍ୟାନ୍ ରେ ଝୁଲି ପଡିଥିଲା । ଝିଅର ଏପରି ଅବସ୍ଥା ଦେଖି ସ୍ୱାମୀଙ୍କୁ ଫୋନ କରି ଡାକିଥିଲେ ମାଆ । ଝିଅଟିର ବାପା ନୀରଞ୍ଜନ ଘରେ ପହଞ୍ଚି ତୁରନ୍ତ ଝିଅର ବେକରୁ ଲୁଗା ଖୋଲି ଗୋପ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇଁ କୋଣାର୍କ ଥାନା ଅଧିକାରୀ ରଞ୍ଜନ ମଲ୍ଲିକ ସହ ଏକ ଟିମ୍ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛନ୍ତି । ଯେଉଁ ଘରେ ଗୁନୁମୁନୁ ଆତ୍ମହତ୍ୟା କରିଛନ୍ତି ପୋଲିସ ପହଞ୍ଚି ଘରକୁ ଯାଞ୍ଚ କରିବା ପରେ ସାଇଣ୍ଟିଫିକ୍ ଟିମି ଆଣି ତଦନ୍ତ କରୁଛି । ତେବେ ପ୍ରକୃତରେ ଏହା ଆତ୍ମହତ୍ୟା ନାଁ ଆଉ କିଛି ସନ୍ଦେହ ଘେରରେ । କୋଣାର୍କ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।