ନଦୀରେ ଫସିଥିବା ଶିଶୁ ଓ ମହିଳାଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଦେବଗଡ: ଶୁକ୍ରବାର  ଦେବଗଡ ଜିଲ୍ଲା  ଗୋହିରା ନଦୀରେ ଏକ ବଡ ଅଘଟଣରୁ ବାର ଜଣ  ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଶୁକ୍ରବାର ପୂର୍ବାହ୍ନ ସମୟରେ ଜାମୁନାଳୀ ଗ୍ରାମ ନିକଟସ୍ଥ ଗୋହିରା ନଦୀକୁ କିଛି ଲୋକ ମାଛ ମାରିବାକୁ ଯାଇଥିବା ବେଳେ ଅନ୍ୟ କିଛି ଶିଶୁ ଓ ମହିଳା ସ୍ନାନ କରିବାକୁ ଯାଇଥିଲେ । ଏହି ସମୟରେ  ଗୋହିରା ଡ୍ୟାମରୁ ଗେଟ ଖୋଲି ପାଣି ଛଡା ଯାଇଥିଲା । ଫଳରେ ନଦୀ ପାଣି ମଧ୍ୟରେ ବାର ଜଣ ଯାକ ପୁରୁଷ, ମହିଳା ଓ ଶିଶୁ ଫସିଯାଇଥିଲେ।

ଫସିଥିବା ଲୋକଙ୍କ ମଧ୍ୟରୁ ଛଅ ଜଣ ପହଁରି ପହଁରି କୂଳକୁ ଆସିଥିବା ବେଳେ ଅନ୍ୟ ଶିଶୁ ଓ ମହିଳା ମାନେ ପାଣି ମଧ୍ୟରେ ଥିବା ପଥର ଉପରେ ଗଛ ଡାଳକୁ ଧରି ଜୀବନ ରକ୍ଷା କରିଥିଲେ । ଏ ସମ୍ପର୍କରେ ଖବରପାଇ ରିଆମାଳ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଫସିରହିଥିବା ଛଅ ଜଣ ଶିଶୁ ଓ ମହିଳା ମାନଙ୍କୁ ପାଣି ମଧ୍ୟରୁ ଉଦ୍ଧାର କରିଛନ୍ତି । ପାଣି ମଧ୍ୟରେ ଫସିଥିବା ସମସ୍ତ ବ୍ୟକ୍ତି, ମହିଳା ଓ ଶିଶୁ ମାନେ  ଜାମୁନାଳୀ ଗ୍ରାମର ବୋଲି ଜଣାପଡିଛି ।

Spread the love