ଧାମନଗର ଉପନିର୍ବାଚନ : ବାବା ହରେକୃଷ୍ଣ ସେଠୀଙ୍କୁ ଦଳ ଦେଲା ଟିକେଟ୍‌

ଭୁବନେଶ୍ୱର ୧୧।୧୦ : ଧାମନଗର ଉପନିର୍ବାଚନ । ବିଜେପି ପରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ଦଳ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ପ୍ରାର୍ଥୀ ଘୋଷଣା ପରେ ୧୪ରେ ନାମାଙ୍କନ ଦାଖଲ ହେବ। ଏହାପରେ ଜିଲ୍ଲାରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ। ନାମାଙ୍କନ ପତ୍ର ଭରିବା ପୂର୍ବରୁ ସୂର୍ଯ୍ୟବଂଶୀ ମାଆଙ୍କ ଆଶୀର୍ବାଦ ନେଇଛନ୍ତି। ବିଜେପି ନେତା ଗୋଲକ ମହାପାତ୍ର ଓ ନିଜ ସମ୍ପର୍କୀୟଙ୍କ ସହ ଆସି ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ନିକଟରେ ଗୋଟିଏ ସେଟ୍ ପ୍ରାର୍ଥୀପାତ୍ର ଦାଖଲ କରିଛନ୍ତି । ସେପଟେ ଧାମନଗରରେ ବିଜେଡି ପ୍ରାର୍ଥୀଙ୍କୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି। ବିଜୁ ଜନତା ଦଳ ଏଥର ନୂଆ ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚା ପରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି।

Spread the love