ଓଡ଼ିଶା ଛୁଇଁବନି ବାତ୍ୟା: ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଛୁଇଁବ ନାହିଁ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହା ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ଗତି କରିବା ନେଇ ପୂର୍ବାନୁମାନ ହୋଇଛି। ବାତ୍ୟା ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ। ତେବେ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ଜଣାଯାଇଛି। ଆଇଏମଡି ଆହୁରି ମଧ୍ୟ ଆକଳନ କରିଛି ଯେ ବର୍ତ୍ତମାନ ସକ୍ରିୟ ଥିବା ଲଘୁଚାପ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ବେଳକୁ ପୂର୍ବ –କେନ୍ଦ୍ରୀୟ ଓ ତତସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଏକ ଅବପାତର ରୂପ ନେବ। ପରେ ଏହା ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଗଭୀର ଅବପାତ ଓ ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ୨୪ ତାରିଖ ବେଳକୁ ଏକ ସାମୁଦ୍ରିକ ରୂପ ନେବ। କିନ୍ତୁ ବର୍ଷାର ରୂପରେଖ କ’ଣ ରହିବ, ସେ ନେଇ ବର୍ତ୍ତମାନ ସୁଦ୍ଧା ଆଇଏମଡି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

Spread the love