ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭର୍ ବ୍ରିଜ୍

ସମ୍ୱଲପୁର ୨୧/୧୦: ଆଜି ଉଦଘାଟନ ହେବ ବହୁ ପ୍ରତୀକ୍ଷିତ ସମ୍ବଲପୁର ଫ୍ଲାଏ ଓଭର୍ ବ୍ରିଜ୍ । ଏଥିରେ ଦୁର୍ଘଟଣା କମାଇବା ପାଇଁ ଲଗାଯାଇଛି ଅତ୍ୟାଧୁନିକ ଲାଇଟ୍ । ଏହି ଲାଇଟ୍ ଦ୍ୱାର ପୂର୍ତ୍ତ ବିଭାଗର ଖର୍ଚ୍ଚ କମ୍ ହେବ ବୋଲି ବିଦ୍ୟୁତକରଣ କରିଥିବା ସଂସ୍ଥା ବିରାଜ ଇଲେକ୍ଟ୍ରିକାଲ ଆଣ୍ଡ କନଷ୍ଟ୍ରକସନ୍ ପକ୍ଷରୁ କୁହାଯାଇଛି । ସଂସ୍ଥାର କହିବା କଥା , ଲାଇଟ ଗୁଡ଼ିକ ସବୁ ପାନାସୋନିକ୍ କମ୍ପାରୀର । ଏହିଭଳି ଅତ୍ୟାଧୁନିକ ଲାଇଟ୍ ଲଗାଇବାରେ ସମ୍ବଲପୁର ଜିଲ୍ଲା ପ୍ରଥମ । ଏହା ସହ ଏହି ଅତ୍ୟାଧୁନିକ ଲାଇଟ୍ ଦ୍ବାରା ରାସ୍ତା ଉପରେ ବ୍ଲାକ୍ ମାର୍କ ପଡ଼ିବନି ବୋଲି ସଂସ୍ଥା ଦାବି କରିଛି । ଯାହା ଦୁର୍ଘଟଣା ମଧ୍ୟ କମାଇବାରେ ସହାୟକ ହେବ । ଏହା ସହ ଫ୍ଲାଏ ଓଭର ବ୍ରିଜ୍ ଉପରେ ଏପରି ଆଲୋକିକରଣ କରାଯିବା ଦ୍ବାରା ଯାତ୍ରୀମାନେ ସୁରକ୍ଷିତ ଯାତ୍ରା କରିପାରିବେ ।

Spread the love