ଭୋଗରାଇରେ ବ୍ୟାପିଲା ଡେଙ୍ଗୁ, ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି

ଭୋଗରାଇ ୨୧/୧୦: ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବ୍ୟାପିଲା ଡେଙ୍ଗୁ । ବ୍ଲକର ଅନ୍ୟତମ ଉପାନ୍ତ ପଞ୍ଚାୟତ ନାରାୟଣ ମହାନ୍ତି ପଡ଼ିଆରେ ବେଶ କିଛିଦିନ ହେବ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୧୦ରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦ରୁ ଅଧିକ ବାଲେଶ୍ୱର, କଟକ ଓ ଭୁବନେଶ୍ଵରରେ ଚିକିତ୍ସାଧୀନ ଅଛନ୍ତି । ଏଥିପାଇଁ ପଞ୍ଚାୟତବାସୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି । ହେଲେ ସ୍ୱାସ୍ଥ୍ୟ ବିଭାଗର ଏଥିପ୍ରତି ନିଘା ନାହିଁ । ତେଣୁ ତୁରନ୍ତ ଏକ ଡାକ୍ତରୀଦଳ ଗାଁକୁ ଆସି ଲୋକଙ୍କୁ ସଚେତନ କରିବା ସହ ଏହାର ନିରାକରଣ ନିମନ୍ତେ ପଦକ୍ଷେପ ନେବାକୁ ଦାବି ହୋଇଛି । ଏହାସହ ଆହୁରି କୁହାଯଇଛି, ଯେଉଁଠି ଡେଙ୍ଗୁ ବ୍ୟାପିଛି, ସେଠାରେ ଆଶା, ଅଙ୍ଗନବାଡି କର୍ମୀ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରିବା ଓ ପରିବେଶକୁ ସଫାସୁତୁରା ରଖାଯିବାକୁ ନିବେଦନ କରାଯାଇଛି ।

Spread the love