ମୋଗାଦିଶୁରେ ଭୟଙ୍କର ବୋମା ବିସ୍ଫୋରଣ: ୧୦୦ ମୃତ

ନୂଆଦିଲ୍ଳୀ(୩୦/୧୦): ସୋମାଲିଆ ରାଜଧାନୀ ମୋଗାଦିଶୁରେ ସିରିଜ୍ ବୋମା ବିସ୍ଫାରଣ। ବିସ୍ଫୋରଣରେ ୧୦୦ ଜଣକ ମୃତ୍ୟୁ ହୋଇଛି। ଶନିବାର ଦ୍ବିପ୍ରହରରେ କ୍ୟାପିଟାଲ ସିଟି ମୋଗାଦିଶୁର ୨ ଭିନ୍ନ ଭିନ୍ନ ସ୍ଥାନରେ କାର୍‌ରେ ଏହି ବିସ୍ଫୋରଣ ହୋଇଛି। ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋମାଲିଆ ରାଷ୍ଟ୍ରପତି ହସନ ଶେଖ କହିଛନ୍ତି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୦୦ ଲୋକଙ୍କ ମୃତ୍ୟୁ ହେବା ସହ ୩୦୦ ରୁ ଅଧିକ ଆହତ ହୋଇଛନ୍ତି।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୁଇ କାର୍ ବମ୍ ବିସ୍ଫୋରଣ ଦ୍ବାରା ସୋମାଲିଆର ଶିକ୍ଷା ମନ୍ତ୍ରାଳୟକୁ ଟାର୍ଗେଟ୍ କରାଯାଇଥିଲା। ବମ୍ ବିସ୍ଫୋରଣର ଦୃଶ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି। ବିସ୍ଫୋରଣ ପରେ ମୋଗାଦିଶୁ ସହର ଉପରେ ବାଦଲ ଉଠୁଥିବାର ଦେଖାଯାଇଛି। ସେପଟେ ଆତଙ୍କବାଦୀ ସଂଗଠନ ଅଲ-ଶବାବ ଏହି ବମ୍ ଧମାକା ପଛରେ ହେବାର ଅନୁମାନ କରାଯାଉଛି। ତେବେ ଏହି ଘଟଣାର ଯାଞ୍ଚ ଜାରି ରହିଛି।

ଏହା ପୂର୍ବରୁ ସୋମବାର କିସ୍ମାୟୁରେ ୯ ଜଣ ସାଧାରଣ ନାଗରିକ ଆତଙ୍କବାଦୀଙ୍କ ଶିକାର ହୋଇଥିଲେ। ଅବଶ୍ୟ ସୁରକ୍ଷାକର୍ମୀ ଆତଙ୍କୀଙ୍କୁ ହରାଇବାରେ ସକ୍ଷମ ହୋଇଥିଲେ। ଏଠାରେ ଏକ ହୋଟେଲ ଗେଟରେ ବିସ୍ଫୋଟକ ଭର୍ତ୍ତି ବାହନରେ ବିସ୍ଫୋରଣ ହୋଇଥିଲା ଏବଂ ଏହା ପରେ ଗୁଳିକାଣ୍ଡ ହୋଇଥିଲା। ଜୁବଲ୍ୟାଣ୍ଡର ସୁରକ୍ଷା ମନ୍ତ୍ରୀ ୟୁସୁଫ ହୁସୈନ ଧୁମଲ ରଏଟର୍ସକୁ କହିଛନ୍ତି ବିସ୍ଫୋରଣରେ ଛାତ୍ର ଏବଂ ନାଗରିକଙ୍କ ସମେତ ୯ ଜଣକ ମୃତ୍ୟୁ ହୋଇଥିଲା ଏବଂ ୪୭ ଜଣ ଆହତ ହୋଇଥିଲେ। ଅନେକ ଗୁରୁତର ଆହତ ମଧ୍ୟ ହୋଇଥିଲେ।

Spread the love