ଦାରୁଠେଙ୍ଗରୁ ହଟିଲା ରାସ୍ତାରୋକ, ମୃତକଙ୍କ ପରିବାରକୁ ମିଳିଲା ଚାକିରି ଏବଂ ୫ଲକ୍ଷର କ୍ଷତିପୂରଣ

ଭୁବନେଶ୍ୱର ୩୦।୧୦ : ବିଏମସି ଅଳିଆ ଗାଡି ଧକ୍କାରେ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ରହିଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୁରଣ ରାଶି ଦିଆଯାଇଛି । ଏହାସହ ମୃତକଙ୍କ ପରିବାରର ଜଣଙ୍କୁ BMCରେ ଠିକା ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଛି । ଘଟଣାସ୍ଥଳରେ ମେୟର ସୁଲୋଚନା ଦାସ ଏବଂ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଛନ୍ତି ।

ସେହିପରି ଗ୍ରାମବାସୀଙ୍କ ଦାବି ମଧ୍ୟରୁ ୨ଟି ଦାବି ପୁରଣ ନେଇ ମେୟର ପ୍ରତିଶୃତି ଦେଇଛନ୍ତି । ଦାରୁଠେଙ୍ଗରେ ପୁନର୍ବାର ଅଳିଆ ନପକାଇବାକୁ ଦାବି ରଖିଲେ ଗ୍ରାମବାସୀ । ଏବେ ଅସ୍ଥାୟୀ ଭାବେ ବନ୍ଦ ରହିବ ଦାରୁଠେଙ୍ଗ ଡମ୍ପିଂ ୟାର୍ଡ । ଗ୍ରାମକୁ ମୋ ବସ ଚାଲିବା ନେଇ ବିଏମସି କମିଶନର ଘୋଷଣା କରିଛନ୍ତି । ଏଥିସହ ଦୁର୍ଘଟଣାସ୍ଥଳରେ ନିର୍ମାଣ ହେବ ହମ୍ପସ୍ । ଏହି ରାସ୍ତାରେ ଲାଗିବ ଏଲଇଡି ଲାଇଟ ।

Spread the love