ଧାମନଗର ନିର୍ବାଚନୀ ପ୍ରଚାର ଅବସରରେ ପ୍ରଧାନମନ୍ତ୍ରୀଙ୍କ ୯୪ ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିଲେ ରାଜ୍ୟ ସଭାପତି ସମୀର ମହାନ୍ତି

ଧାମନଗର / ଭୁବନେଶ୍ୱର, ତା.୩୦/୧୦: ଧାମନଗର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଚାର କାର୍ଯ୍ୟ ପାଇଁ ଆସିଥିବା ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ଧାମନଗର ଏନ୍‌ଏସିର ୧୧ ନମ୍ବର ୱାର୍ଡର ବୁଥ୍ ନମ୍ବର ୧୧୧ରେ ୯୪ତମ ପ୍ରଧାନମନ୍ତ୍ରୀ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଥିଲେ । ଏହି ଅବସରରେ ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ଉପସଭାପତି ତଥା ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ବିରଂଚି ତ୍ରିପାଠୀ, ଅନିଲ ବିଶ୍ୱାଳ, ମନୋଜ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସୁଷମାରାଣୀ ବିଶ୍ୱାଳ, ଜଗନ୍ନାଥ ଦାଶ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।


ମହିଳା ସଶକ୍ତିକରଣର ମିଛ ବାହାସ୍ପୋଟ ମାରୁଥିବା ରାଜ୍ୟ ସରକାର କେବଳ ମହିଳାଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିଆସୁଛନ୍ତି । ଚଳିତ ଧାମନଗର ଉପନିର୍ବାଚନରେ ମଧ୍ୟ ଶାସକ ବିଜେଡି ଏସଏଚଜି ଗ୍ରୁପ ଜରିଆରେ ମହିଳାମାନଙ୍କୁ କେବଳ ଦଳୀୟ ଭୋଟ୍ କାର୍ଯ୍ୟରେ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଲଜ୍ଜାଜନକ । ଧାମନଗରର ସଚେତନ ମା ଓ ଭଉଣୀମାନେ ଶାସକ ବିଜେଡିର ପ୍ରତାରଣାକୁ ବୁଝିସାରିଛନ୍ତି ଏବଂ ଏହାର ଉଚିତ୍ ଜବାବ୍ ଦେବେ । ସ୍ୱର୍ଗତଃ ବିଷ୍ଣ୍‌ୁ ଭାଇଙ୍କ ପ୍ରତି ଧାମନଗରବାସୀଙ୍କ ଭଲ ପାଇବା ଅତୁଳନୀୟ । ତାଙ୍କ ଅବର୍ତମାନରେ ତାଙ୍କ ସୁପୁତ୍ର ତଥା ଚଳିତ ଉପନିର୍ବାଚରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜୟୀ କରିବା ସ୍ୱର୍ଗତଃ ବିଷ୍ଣ୍‌ୁ ଭାଇଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାର୍ଟୀର ସାଂସଦ, ବିଧାୟକ, ନିର୍ବାଚନ ଜନପ୍ରତିନିଧି, ଦଳୀୟ ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିଥିଲେ ।

Spread the love