ରାଜଧାନୀରେ ଧସ୍ତାଧସ୍ତି, ବିଜେପି କର୍ମୀ ଏବଂ ପୋଲିସ ମୁହାଁମୁହିଁ

ଭୁବନେଶ୍ୱର ୩୧।୧୦ : ରାଜଧାନୀରେ ଧସ୍ତାଧସ୍ତି। ବିଜେପି ନେତା ଓ କର୍ମୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି। ବିଜେପିର ରାଲି ବେଳେ ପୋଲିସ ସହ ନେତା ଓ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଖବର ଅନୁଯାୟୀ, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଓ ହନିଟ୍ରାପ କ୍ବିନ୍ ଅର୍ଚ୍ଚନା ନାଗ କେଳେଙ୍କାରୀ ଘଟଣାରେ ବିଜେପି ରାଲି କରିଥିଲା । ବିଜେପି ପାର୍ଟି ଅଫିସରୁ ବାହାରିଥିଲା ବିଜେପି ରାଲି। ତେବେ ଶିଶୁ ଭବନ ଛକରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଧସ୍ତାଧସ୍ତି ହୋଇଥିଲା। ଏହି ଦୁଇ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପାର୍ଟି ଅଫିସରୁ ରାଲି କରିଛନ୍ତି ବିଜେପି ନେତା ଓ କର୍ମୀ । ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ନନେଲେ ପ୍ରତିବାଦକୁ ଆହୁରି ଜୋରଦାର ଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି।

Spread the love