ଐତିହାସିକ ବାଲିଯାତ୍ରାକୁ ଆଉ ମାତ୍ର ୬ ଦିନ: 250 ଷ୍ଟଲ ପାଇଁ ଚାଲିଛି ଅନ ସ୍ପଟ ବୁକିଂ

ଐତିହାସିକ ବାଲିଯାତ୍ରାକୁ ମଝିରେ ଆଉ ମାତ୍ର 6 ଟିଦିନ ବାକି ଥିବା ବେଳେ ବଳକା ପ୍ଲଟ ପାଇଁ ଏବେ ଅସମ୍ଭାଳ ଭିଡ଼ ହେଉଛି। 250ଟି ଷ୍ଟଲ ପାଇଁ ଚାଲିଛି ଏବେ ଅନ ସ୍ପଟ ବୁକିଂ । ଆଶାୟୀ ବ୍ୟବସାୟୀ ମାନେ ପ୍ଲଟ ଖଣ୍ଡେ ହାତେଇବା ପାଇଁ କରୁଛନ୍ତି ଶେଷ ପ୍ରୟାସ । ସେପଟେ ବାଲିଯାତ୍ରା  ପଡ଼ିଆରେ ଆଜିଠାରୁ ପହଞ୍ଚିଲେଣି ଦୋଳି ବ୍ୟବସାୟୀ । ବିଭିନ୍ନ ପ୍ରକାରର ଦୋଳି ଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିବ।

ବାଲିଯାତ୍ରାକୁ ଦିନ ଯେତିକି ପାଖେଇ ଆସୁଛି ସେତିକି ଉତ୍କଣ୍ଠା ବଢୁଛି ସମସ୍ତଙ୍କର। ଏଥର ଭବ୍ୟ ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରୁଥିବାରୁ ଷ୍ଟଲ ହାତେଇବା ପାଇଁ ବ୍ୟବସାୟୀଙ୍କ ଭିତରେ ନାହିଁ ନଥିବା ଉତ୍ସାହ। ତଳ ପଡ଼ିଆରେ ବଳକା ଥିବା 250 ପ୍ଲଟ ପାଇଁ ଆଜି ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା ବାରବାଟୀ ପ୍ୟାଲେସରେ। ଯେଉଁମାନେ  ଆଦୌ ପ୍ଲଟ ପାଇନାହାନ୍ତି ସେମାନଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯାଉଛି।ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ଚାଲିବ ଅନ୍ ସ୍ପଟ ବୁକିଂ। 3 ତାରିଖରେ ଉଠା ଦୋକାନୀ ଙ୍କ ପାଇଁ ରହିଛି ପ୍ଲଟ ବୁକିଂ ବ୍ୟବସ୍ଥା। ତେବେ ପୂର୍ବରୁ ରେଜିଷ୍ଟ୍ରେସନ କରି ପ୍ଲଟ ପାଇନଥିବା ବ୍ୟବସାୟୀ ଆଜି ଅନସ୍ପଟ ବୁକିଂରେ ଖଣ୍ଡେ ଜାଗା ପାଇଥିବାରୁ ଖୁସି ଜାହିର କରିଛନ୍ତି ବ୍ୟବସାୟୀ।

Spread the love