ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ ଆରମ୍ଭ

ଭୁବନେଶ୍ୱର ୦୧/୧୧: ଭାରତ ସରକାରଙ୍କ ନିର୍ଦ୍ଦେଶରେ ନାବାର୍ଡ ଓଡ଼ିଶା ଶାଖା ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ ଆରମ୍ଭ ହୋଇଛି। ‘ବିକସିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ’ ବିଷୟବସ୍ତୁ ସହିତ ନାବାର୍ଡ ଓଡ଼ିଶାର ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ଜିଲ୍ଲା କାର୍ଯ୍ୟାଳୟରେ ଏହି ସପ୍ତାହ ପାଳନ ହେବ। ଏହା ୨୦୨୨ ଅକ୍ଟୋବର ୩୧ରୁ ଆରମ୍ଭ ହୋଇ ନଭେମ୍ୱର ୬ ପର୍ଯ୍ୟନ୍ତ ପାଳନ ହେବ।ଏହି ଅବସରରେ ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରରୁ ଆରମ୍ଭ କରି ଜୟଦେବ ବିହାର ପର୍ଯ୍ୟନ୍ତ ଏକ ପଦଯାତ୍ରା କରାଯାଇଛି।

ଏଥିରେ ନାବାର୍ଡ ଓଡ଼ିଶାର ଅଧିକାରୀ ଓ କର୍ମଚାରୀମାନେ ଭାଗ ନେଇଥିଲେ। ସାଧାରଣ ଲୋକଙ୍କ ମଧ୍ୟରେ ଭିଜିଲାନ୍ସ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ  ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ଭିଜିଲାନ୍ସ ସପ୍ତାହ ପାଳନ ବେଳେ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପ୍ରବନ୍ଧ ଲିଖନ, ସ୍ଲୋଗାନ, ସାଧାରଣ ଜ୍ଞାନ, ବକ୍ତୃତା ପ୍ରତିଯୋଗିତା ଭଳି ବିଭିନ୍ନ ପ୍ରତିଯୋଗିତା ନାବାର୍ଡ ଅଧିକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଆୟୋଜନ ହେବ ବୋଲି କୁହାଯାଇଛି।     

Spread the love