ଶୀତଦିନେ ଫଲୋ କରନ୍ତୁ ଏହି ଟିପ୍ସ; ତ୍ୱଚା ରହିବ କୋମଳ

ଶୀତଦିନ ରାତିରେ ଚର୍ମର ବିଶେଷ ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହୋଇଥାଏ, ଯେପରି ସକାଳେ ଆପଣଙ୍କ ସ୍କିନ୍‌ ଫ୍ରେଶ୍‌ ନଜର ଆସିପାରିବ। ଶୀତଦିନେ ହିଁ ତ୍ୱଚା ସବୁଠାରୁ ଅଧିକ ଡଲ୍‌, ରୁକ୍ଷ ଓ ଶୁଷ୍କ ଦେଖାଯାଏ। ଥଣ୍ଡା ପବନ ବାଜିବା କାରଣରୁ ତ୍ୱଚାର ଆର୍ଦ୍ରତା କମି ଯାଇଥାଏ। ଶୀତ ଆସିବା ମାତ୍ରେ ଆପଣଙ୍କ ତ୍ୱଚାର ଚମକ କମିବାରେ ଲାଗିଥାଏ। ଏଥି ସହିତ ସ୍କିନ୍‌ ଡ୍ରାଏ ହେବା ଆରମ୍ଭ କରିଥାଏ। ତେବେ ଆସନ୍ତୁ ଜାଣିବା ଶୀତଦିନେ ଆପଣ ତ୍ୱଚାର ଯତ୍ନ କିପରି ନେଇ ପାରିବେ।

ଶୀତଦିନେ ତ୍ୱଚାର ଯତ୍ନ ଅତ୍ୟନ୍ତ ଆବଶ୍ୟକ। ଆଜି ଆମେ ଆପଣଙ୍କୁ ଶୀତ ଋତୁରେ ତ୍ୱଚାକୁ ସୁସ୍ଥ ତଥା ନମନୀୟ ରଖିବା ପାଇଁ କିଛି ସ୍କିନ୍‌ କେୟାର ଟିପ୍ସ ବିଷୟରେ କହିବୁ। ଏହି ଟିପ୍ସଗୁଡିକୁ ଫଲୋ କରିବା ଦ୍ୱାରା ଆପଣଙ୍କ ଚେହେରାର ଚମକ ବଜାୟ ରହିପାରିବ।

-ଫେସ୍ ସ୍କ୍ରବ୍ ପାଇଁ ଓଟସ୍ କିମ୍ବା କଫିରେ ନଡ଼ିଆ ତେଲ କିମ୍ବା କ୍ଷୀର ମିଶାଇ ମୁହଁରେ ଲଗାଇ ପାରିବେ।

-ପ୍ରତିଦିନ ମୁହଁରେ ମସାଜ୍ କରନ୍ତୁ। ମସାଜ୍‌ କରିବା ପାଇଁ ଆପଣ ନଡ଼ିଆ ତେଲ କିମ୍ବା ଅର୍ଗାନ୍ ଅଏଲରେ ଆଲୋଭେରା ଜେଲ୍ ମିଶାଇ ବ୍ୟବହାର କରିପାରିବେ।

-ରାତିରେ ଶୋଇବା ପୂର୍ବରୁ ମୁହଁରେ ଏକ ଭଲ କ୍ୱାଲିଟିର ମଇଶ୍ଚରାଇଜର, ଜେଲ୍‌ କିମ୍ବା କ୍ରିମ୍ ଲଗାନ୍ତୁ। ହାଇଡ୍ରେଟିଂ ମଶ୍ଚରାଇଜର ଶୀତଦିନ ପାଇଁ ବେଷ୍ଟ୍‍ ଅପ୍‌ସନ ହୋଇଥାଏ।

-ରାତିରେ ଯେତେବେଳେ ଶୋଇବାକୁ ଯିବେ, ତ ଏହା ପୂର୍ବରୁ ମୁହଁକୁ କ୍ଲିଜିଂ କରନ୍ତୁ, ଯେପରି ସମସ୍ତ ମେକଅପ୍, ଧୂଳି ଏବଂ ମଇଳା, ତ୍ୱଚାରୁ ବାହାରିଯିବ। ଏହାଦ୍ୱାରା ତ୍ୱଚା ମୁଲାୟମ୍‌ ଏବଂ ସୁସ୍ଥ ମଧ୍ୟ ହୋଇଥାଏ।

-ଶୀତ ଋତୁରେ ପ୍ରଚୁର ପାଣି ପିଅନ୍ତୁ, ଏହାଦ୍ୱାରା ଆପଣଙ୍କ ତ୍ୱଚା ହାଇଡ୍ରେଟ୍ ରହିବ।

-ଶୀତଦିନେ ଉଷୁମ ପାଣିରେ ମୁହଁ ଧୁଅନ୍ତୁ। ଏହାଦ୍ୱାରା ତ୍ୱଚାର ପ୍ରାକୃତିକ ଚମକ ବଜାୟ ରହିଥାଏ।

-ତ୍ୱଚାକୁ ସୁସ୍ଥ ରଖିବା ଏବଂ ଚେହେରାରେ ଚମକ ଆଣିବା ପାଇଁ ହେଲ୍‌ଦି ଡାଏଟ୍‌ ଫଲୋ କରନ୍ତୁ।

-ଶୀତଦିନେ ତ୍ୱଚାକୁ ୟଙ୍ଗ୍‌ ତଥା ସୁସ୍ଥ ରଖିବା ପାଇଁ ସ୍କିନ୍‌ କେୟାର ରୁଟିନ୍‌ ଫଲୋ କରନ୍ତୁ। ନିଜ ତ୍ୱଚାକୁ ସକାଳେ ଏବଂ ରାତିରେ ଶୋଇବା ପୂର୍ବରୁ ଦୁଇଥର ସଫା କରନ୍ତୁ।

Spread the love