୩୧ କିଲୋର ଘାଘରାରେ ଦମ୍‌ଦାର ଡ୍ୟାନ୍ସ ଦେଖାଇଲେ ରୁବିନା, ଭିଡିଓ ଭାଇରାଲ୍‌

ମୁମ୍ଵାଇ ୦୫।୧୧: ‘ବିଗ୍‌ ବସ୍‌’ ଓ ‘ଖତ୍‌ରୋଁ କେ ଖିଲାଡ଼ି’ ପରେ ‘ଝଲକ୍‌ ଦିଖ୍‌ଲା ଯା-୧୦’ରେ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି ରୁବିନା ଦଲାଇକ। ଝଲକ୍‌ର ସେ ଜଣେ ପ୍ରଭାବଶାଳୀ ପ୍ରତିଯୋଗୀ। ପ୍ରତି ସପ୍ତାହରେ ନିଜର ଦମ୍‌ଦାର ପ୍ରଦର୍ଶନ ଜରିଆରେ ବିଚାରକ ଓ ଫ୍ୟାନ୍‌ଙ୍କୁ ସର୍‌ପ୍ରାଇଜ୍‌ ଦେଉଛନ୍ତି। ଏଥର ବି ମଞ୍ଚରେ ନିଆଁ ଲଗାଇବାକୁ ପୂରା ପ୍ରସ୍ତୁତ । ଝଲକ୍‌ ଦିଖଲା ଯା-୧୦ର ଅପ୍‌କମିଙ୍ଗ ଏପିସୋଡ୍‌ରେ ରୁବିନାଙ୍କ ନୃତ୍ୟ ଦେଖିବାକୁ ଫ୍ୟାନ୍‌ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ରୁବିନା ଶୋ’ରେ ଏକ ଚ୍ୟାଲେଞ୍ଜିଂ ଓ ଦମ୍‌ଦାର ପ୍ରଦର୍ଶନ ଦେବାକୁ ଯାଉଛନ୍ତି । ଏହା ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ଘାଘରା-ଚୋଲିର କିଛି ଫଟୋ ସେ ଶେୟାର କରିଛନ୍ତି । ଫଟୋରେ ସେ ମୁଣ୍ଡରେ ମାଠିଆ ରଖିଥିବା ନଜର ଆସିଛନ୍ତି । ମାଠିଆରେ ନିଆଁ ଜଳୁଥିବାର ଦୃଶ୍ୟ ସାଙ୍ଗକୁ ପାଦ ତଳେ କଣ୍ଟା ଦେଖିବାକୁ ମିଳିଛି। ଏ ସବୁ ଫ୍ୟାନ୍‌ଙ୍କୁ ଚକିତ କରିଛି । ଜାଣି ଆଶ୍ଚର୍ଯ୍ୟ ହେବେ, ରୁବିନା ୩୧ କିଲୋର ଘାଘରା ପିନ୍ଧି ନୃତ୍ୟ କରିଛନ୍ତି । ସେତିକି ନୁହେଁ, ତାଙ୍କ ପାଦ ତଳେ ୫୦୦ କଣ୍ଟା ମଧ୍ୟ ବିଛାଯାଇଛି । ଏହି ନୃତ୍ୟ କଷ୍ଟକର ଲାଗୁଛି, କିନ୍ତୁ ସେ ବେଶ ଉତ୍ସାହ ଓ ଆନନ୍ଦରେ ଏହାକୁ ମଞ୍ଚରେ ପ୍ରଦର୍ଶନ କରୁଥିବା ନଜର ଆସିବେ । ଏହାକୁ ନେଇ ଖୁବ୍‌ ଉତ୍ସାହିତ ଥିବା ସୋସିଆଲ ମିଡିଆରେ ଫ୍ୟାନ୍‌ଙ୍କ ସହ ସେ ଶେୟାର ମଧ୍ୟ କରିଛନ୍ତି । ବିଚାରକ ମଣ୍ଡଳୀରେ ଥିବା ମାଧୁରୀ ଦୀକ୍ଷିତ, କରଣ ଜୋହର ଓ ନୋରା ଫତେହି ରୁବିନାଙ୍କୁ ଏକ୍ସପ୍ରେସନ୍‌ କୁଇନ୍‌ ଟାଇଟଲ୍‌ ଦେଇଛନ୍ତି । ତିନିଜଣଯାକ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି । ପ୍ରଥମ ଦିନରୁ ସେ ଦମ୍‌ଦାର ନୃତ୍ୟ ଜରିଆରେ ସମସ୍ତଙ୍କ ମନ କିଣିଛନ୍ତି । ତାଙ୍କ ପ୍ରଦର୍ଶନ ଦେଖିବା ପରେ ଏ ସିଜନ୍‌ର ସେ ହିଁ ବିଜେତା ହେବେ ବୋଲି ଚର୍ଚ୍ଚା ହେଉଛି ।

Spread the love