୫ଲକ୍ଷ ଟଙ୍କାରେ ବିକ୍ରି ହେଲା ବିରାଟ ମାଛ

ଲକ୍ଷ ଟଙ୍କାରେ ବିକ୍ରି ହେଲା ମାଛ। ମାଛକୁ କିଣିଲା କୋଲକାତାର ଏକ ଫାର୍ମା କଂପାନୀ। ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା ବିରାଟ ତେଲିଆ ମାଛ। ଦୀଘା ଅଞ୍ଚଳର କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ତାଙ୍କ ଜାଲରେ ପଡ଼ିଥିଲା ଏହି ବିଶାଳକାୟ ମାଛ।ଏହାର ଓଜନ ୩୬ କିଲୋ ରହିଛି । ମାଛକୁ ଦୀଘାର ଫିସ ଅକ୍ସନ ସେଣ୍ଟରରେ ନିଲାମ କରାଯିବା ପରେ ୫ ଲକ୍ଷ ଟଙ୍କାରେ କୋଲକାତାର ଏକ ଫାର୍ମା କଂପାନୀ କିଣିଛି। ଏହି ମାଛରୁ ଔଷଧ ସହ ପ୍ରଶାଧନ ସାମଗ୍ରୀ ଓ ମାଦକ ଦ୍ରବ୍ୟ ପ୍ରସ୍ତୁତ ହେଉଥିବାରୁ ବିଦେଶରେ ଏହାର ବହୁ ଚାହିଦା ରହିଛି।

Spread the love