ଭୂକମ୍ପ ଝଟକା, ଥରିଲା ଦେଶର ୮ ଟି ରାଜ୍ୟ

ନୂଆଦିଲ୍ଳୀ, ୦୯/୧୧: ନେପାଳ ପରେ ଭାରତରେ ବି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ପଡ଼ୋଶୀ ଦେଶ ନେପାଳରେ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ରିକ୍ଟର ସ୍କେଲ୍‌ରେ ବୁଧବାର ଆସିଥିବା ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ ହୋଇଛି। ବଡ଼ କଥା ହେଉଛି ଭାରତରେ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି।  ନାସନାଲ ସେଣ୍ଟର ଫର ସାଇସମୋଲୋଜୀର ସୂଚନା ଦେଇଛନ୍ତି ଯେ ଭୂମିକମ୍ପର କେନ୍ଦ୍ର ଉତ୍ତରାଖଣ୍ଡର ପିଥୋରାଗଢ଼ରେ ନେପାଳ ସଂଲଗ୍ନ ସୀମାରେ ଥିଲା। ଏହା ପୂର୍ବରୁ ମଙ୍ଗଳବାର ସକାଳେ ମଧ୍ୟ ଦେଶରେ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ ହୋଇଥିଲା।

ସୂଚନା ଅନୁଯାୟୀ, ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବୁଧବାର ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଥିଲା। ରାତି ପ୍ରାୟ ୧.୫୭ ରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଦିଲ୍ଲୀ ସମେତ ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତର ପ୍ରଦେଶ, ମଣିପୁର, ଉତ୍ତରପ୍ରଦେଶ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।

Spread the love