ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାର, ପାଳନ ହେଉଛି ମାଣ୍ଡିଆ ଦିବସ

ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାର । ପାଳନ ହେଉଛି ମାଣ୍ଡିଆ ଦିବସ । ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ । ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ୨୦୧୭ରେ ଆରମ୍ଭ କରିଥିଲେ ମିଲେଟ ମିଶନ ।୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ମିଶନ ଏବେ ୧୯ଜିଲ୍ଲାରେ ପହଞ୍ଚିଛି । ଆଗକୁ ରାଜ୍ୟର ୩୦ ଜିଲ୍ଲାରେ ଏହାକୁ ପ୍ରଚଳନ କରାଯିବ । ମାଣ୍ଡିଆ ଚାଷୀଙ୍କ ପାଇଁ ସବୁ ପ୍ରକାର ସହାୟତା କରୁଛନ୍ତି ସରକାର । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ମାର୍କେଟିଙ୍ଗ ଉପରେ ଫୋକସ କରାଯାଉଛି । ଏନେଇ କୃଷି ବିଭାଗ ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ।

Spread the love