ଅଙ୍ଗନବାଡି କେନ୍ଦ୍ରରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର

ମାହାଙ୍ଗା ୧୧।୧୧: ଅଙ୍ଗନବାଡି କେନ୍ଦ୍ରରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର । ବିସ୍ଫୋରଣରେ ଜଳିଗଲା ଅନେକ ଆସବାବପତ୍ର । ପିଲାଙ୍କ ପାଇଁ ରୋଷେଇ ଚାଲିଥିବା ବେଳେ ଅଘଟଣ । କଟକ ଜିଲ୍ଲା ମାହାଙ୍ଗ ବ୍ଲକ ଲଳିତଗିରି ଅଙ୍ଗନବାଡି-୨ କେନ୍ଦ୍ରର ଘଟଣା । ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶୁକ୍ରବାର ଦିନ ଅଙ୍ଗନବାଡିରେ କେନ୍ଦ୍ରରେ ପିଲାଙ୍କ ପାଇଁ ରୋଷେଇ ଚାଲିଥିଲା । ଏହି ସମୟରେ ହଠାତ୍‌ ଗ୍ୟାସ୍‌ ସିଲିଣ୍ଡରଟି ଫାଟିଯାଇଥିଲା । ଯାହାଫଳରେ ଅଙ୍ଗନବାଡି କେନ୍ଦ୍ରରେ ନିଆଁ ଲାଗିଯାଇଥିଲା । ପରେ ନିଆଁ ଅଧିକ ଲାଗିବା ଦେଖି ପିଲାମାନଙ୍କୁ ତୁରନ୍ତ ବାହାରକୁ ଆଣିଦେଇଥିଲେ ଅଙ୍ଗନବାଡି ଦିଦି । ଉପସ୍ଥିତି ବୁଦ୍ଧି ଲାଗି ବଡଧରଣ ଅଘଟଣରୁ ବର୍ତ୍ତିଯାଇଛନ୍ତି ସମସ୍ତେ । କିନ୍ତୁ ରୋଷେଇ ଘରର ସାମଗ୍ରୀ ଓ ଶ୍ରେଣୀ ଗୃହରେ ବହି ଏବଂ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସ୍ଥାନୀୟ ବିଡିଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Spread the love