ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ଯାଏ ଜ୍ଞାନବ୍ୟାପୀରେ ମିଳିଥିବା ଶିବଲିଙ୍ଗଙ୍କୁ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ଯାଏ ଉତ୍ତର ପ୍ରଦେଶ ଜ୍ଞାନବ୍ୟାପୀ ମସ୍‌ଜିଦ୍‌ ପରିସରରେ ମିଳିଥିବା ଶିବଲିଙ୍ଗଙ୍କୁ ସୁରକ୍ଷା ବଳୟ ଭିତରେ ରଖାଯିବ। ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏନେଇ ହିନ୍ଦୁ ପକ୍ଷରୁ ଦାୟର ହୋଇଥିବା ମାମଲାରେ ଶୁଣାଣି କରିଥିଲେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ନେତୃତ୍ୱାଧିନ ଖଣ୍ଡପୀଠ। ଏଥିରେ ମେ ୧୭ ତାରିଖର ନିର୍ଦ୍ଦେଶକୁ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ମେ ୧୭ ତାରିଖରେ ଦିଆଯାଇଥିବା ରହିତାଦେଶର ନିର୍ଦ୍ଦେଶ ଆସନ୍ତାକାଲି ଶେଷ ହୋଇଥିଲା। ତେଣୁ ମାମଲା ସିଦ୍ଧ ନହେବା ପର୍ଯ୍ୟନ୍ତ ସୁରକ୍ଷା ନିର୍ଦ୍ଦେଶକୁ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ହିନ୍ଦୁ ପକ୍ଷ।

Spread the love