ପଦ୍ମପୁର ଉପନିର୍ବାଚନରେ ବିଜେଡିରୁ ଲଢ଼ିବେ ବର୍ଷା ସିଂ ବରିହା

ଭୁବନେଶ୍ୱର ୧୪।୧୧ : ସରିଲା ଅଙ୍କକଷା । ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ସ୍ୱର୍ଗତ ବରିହାଙ୍କ ବଡ଼ ଝିଅ ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ଖବର ଅନୁଯାୟୀ, ବିଜୟ ସିଂହ ବରିହାଙ୍କ ପରଲୋକ ପରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଡିସେମ୍ବର ୫ରେ ନିର୍ବାଚନ ହେବାକୁ ଥିବା ବେଳେ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରଥମ ଦଳ ଭାବେ ବିଜେପି ପ୍ରଦୀପ ପୁରୋହିତଙ୍କୁ ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଥିଲା । ଏହାପରେ କଂଗ୍ରେସ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । କିନ୍ତୁ ବିଜେଡି ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନଥିଲା । ଏହିକ୍ରମରେ ସୋମବାର ଦିନ ବିଜେଡି ପକ୍ଷରୁ ଉପନିର୍ବାଚନ ପାଇଁ ସ୍ୱର୍ଗତ ବିଜୟ ସିଂହ ବରିହାଙ୍କ ବଡ଼ ଝିଅ ବର୍ଷା ବରିହାଙ୍କ ନାମ ଘୋଷଣା କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି ।

Spread the love