କୃଷି ଅଧିକାରୀଙ୍କ ଉପରେ ବର୍ଷିଲେ ସମିତି ସଭ୍ୟ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କାର୍ଯ୍ୟାଳୟର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ବର୍ଷ ଶେଷରେ ଦ୍ଵିତୀୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଅଧ୍ୟକ୍ଷ। ମୋନିକା ସିଂ ଭୋଇଙ୍କ ଅଧ୍ୟକ୍ଷତାରେ,

ବିଡିଓ ଚନ୍ଦ୍ରମଣି ନାଗ, ବ୍ଲକ,ଉପାଧ୍ୟକ୍ଷ ଗୁଣସାଗର ମାଝୀ,ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ବଲାଙ୍ଗୀର ସାଂସଦ ପ୍ରତିନିଧି ଅକ୍ଷୟ ରଣା,ଟିକ୍ରାପଡ଼ା ଜିଲ୍ଲା ପରିଷଦ ହିମାଞ୍ଚଳ ବୁଡେକ, ବେଳଗାଁ ଜିଲ୍ଲା ପରିଷଦ ରିତାରାଣି ହାତୀ,ସଇଁନ୍ତଲା ଜିଲ୍ଲା ପରିଷଦ ପ୍ରମୋଦ ଭୋଇ,ସିଡିପିଓ ସବିତା ଦାଶ ,ସହକାରୀ ଯନ୍ତ୍ରୀ ସନ୍ତୋଷ ବେହେରା ପ୍ରମୁଖ ଯୋଗ ଦେଇଥିଲେ।ସଭା ଆରମ୍ଭରେ ଗଣ୍ଡପତ୍ରାପାଲି ସରପଞ୍ଚ ମନିସ ସୁନା,ଶିଷକେଲା ସମିତି ସଭ୍ୟ ଉମାକାନ୍ତ ରଣା କୃଷି ଅଧିକାରୀ ଚିତ୍ତ ରଞ୍ଜନ ଶତପଥି ଙ୍କ
ଉପରେ ବର୍ଷିବା ସହିତ ଆତ୍ମାର ମୁଖ୍ୟା କୌଣସି ସମିତି ବୈଠକରେ ଉପସ୍ଥିତନ ରହିବାରୁ ତାଙ୍କୁ ବୈଠକକୁ ଡାକି ଚାଷି ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲେ। ପରେ ଶ୍ରୀ ସୁନା ଚାଷିଙ୍କୁ ବିହନ ବଣ୍ଟନ କରାଯିବା ଆଗରୁ ଚାଷି ମାନଙ୍କ ତାଲିକା ସରପଞ୍ଚ କିମ୍ଵା ସମିତି ପାଖରେ ପହଞ୍ଚିବା ଆବଶ୍ୟକ ବୋଲି ଦାବି କରିଥିଲେ।ବ୍ଲକର ବିଭିନ୍ନ ପଞ୍ଚାୟତ ଏବେ ବି ଗତ ବର୍ଷର ଫସଲ ବୀମା ଯୋଜନା ପାଇବାରୁ ବଞ୍ଚିତ ଅଛନ୍ତି ତାହା ନେଇ କୃଷି ବିଭାଗ ଓ ରାଜସ୍ବ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ।ଏବଂ ଶ୍ରୀଯୁକ୍ତ ରଣା କୃଷି ଅଧିକାରୀ ଙ୍କ ମନ ମୁଖୀ କାର୍ଯ୍ୟକଲାପ କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ କୃଷି ଅଧିକାରୀ ଙ୍କୁ ବଦଳି କରିବା ପାଇଁ ଦାବି କରିଥିଲେ।ସଇଁନ୍ତଲା ଅଞ୍ଚଳର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ତଥା ବ୍ଲକର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ୫୮ ଟି ଶିକ୍ଷକ ଅଭାବ ଥିବାରୁ ତାହାର ସମାଧାନ କରିବା ପାଇଁ
ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଭୋଇ ଓ ଉପସ୍ଥିତ ବିଡିଓକୁ ସରପଞ୍ଚ ଓ ସମିତି ମାନେ ଦାବି କରିଥିଲେ। ବ୍ଲକ ଯୋଗଣ ଅଧିକାରୀ ନିୟମିତ ଭାବେ କାର୍ଯ୍ୟାଳୟ କୁ ନ ଆସିବାରୁ ସମିତି ସଭ୍ୟ ଓ ସରପଞ୍ଚ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଯୋଗାଣ ଅଧିକାରୀକୁ ରାସନ୍ କାର୍ଡରେ ନୂଆ ନା ଯୋଡିବା ଓ ଆଗକୁ ଖୋଲା ଯାଉଥିବା ଧାନ ମଣ୍ଡିରେ ଚାଷିଙ୍କୁ କଟନି ଛଟନିରେ ହଇରାଣନ କରିବାକୁ ସେମିତି ମାନଙ୍କ ପକ୍ଷରୁ କୁହାଯାଇଥିଲା।
ଏବଂ ଯୋଗାଣ ଅଧିକାରୀ ଧାନ ମଣ୍ଡିରେ ଚାଷୀ ଙ୍କ ଧାନ ଏକ କେଜି କଟନି ମଧ୍ୟ କରାଯାଇ ପାରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।


ସଭାରେ ବ୍ଲକ ସିଶୁ ସମନ୍ଵୟ ସମିତି ପକ୍ଷରୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଦିଆ ଯାଉଥିବା ଛତୁଆକୁ ଛତୁଆର ମାନ ନିର୍ଣୟ କରିବା ପାଇଁ ସରପଞ୍ଚ କିମ୍ଵା ସେମିତିକୁ କ୍ଷମତା ଦିଆଯାଉ ବୋଲି ଉପସ୍ଥିତ ସଭ୍ୟ ମାନେ ବ୍ଲକ ସିଡ଼ିପିଓ ଓ ବିଡିଓଙ୍କୁ ଦାବୀ କରିଥିଲେ। ଡୁଙ୍ଗୁରିପାଲି ପାଲି ପଞ୍ଚାୟତର ଏକ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁକୁ ରନ୍ଧା ଖାଦ୍ୟ ଦେବା ପରିବର୍ତ୍ତେ ଅଙ୍ଗନୱାଡ଼ି ଘରକୁଘର ଯାଇ ଶୁଖିଲା ଖାଦ୍ୟ ପଦାର୍ଥ ବାଣ୍ଟୁଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ଗଜପତି ସାହୁ। ଠିକ ସେହିପରି ଗଣ୍ଡପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ବଡ଼ମାଳ ଫପସି ଠାରେ ଏକ ଅଙ୍ଗନୱାଡି କେନ୍ଦ୍ର ୨୦୧୮ ମସିହାରୁ ବନ୍ଦ ଅଛି ତାକୁ ପୁଣିଥରେ ଚାଲୁ କରିବା ପାଇଁ ଦାବି କରିଛନ୍ତି ସରପଞ୍ଚ ମନେଶ ସୁନା। ବେଲଗାଁରେ ଥିବା ମେଗାଜଳ ପ୍ରକଳ୍ପ ଠିକ ଭାବେ କାର୍ଯ୍ୟ କରୁନଥିବାରୁ ଶିଷକେଳା ସମିତି ସଭ୍ୟ ଉମାକାନ୍ତ ରଣା ଠିକ ଭାବେ ଏହାର କାର୍ଯ୍ୟ କରାଇବା ପାଇଁ ଦାବି କରିଥିଲେ ଏହା ଠିକ୍ ଭାବେ କାର୍ଯ୍ୟକଲେ ବେଲଗାଁ ଓ ସିସକେଲା ଅଞ୍ଚଳର ସହ ସହ ଚାଷି ଉପକୃତ ହେବେ ବୋଲି କହିଥିଲେ।ସଇଁନ୍ତଲା ଓ ଛନଛଡା ଅଞ୍ଚଳରେ ମେଗାଜଳ ପ୍ରକଳ୍ପ କେବେ ଉଦଘାଟନ ହେବ ତାହା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ବୈଠକରେ ବ୍ଲକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସମରେନ୍ଦ୍ର ମହାପାତ୍ର ଉପସ୍ଥିତ ନ ରହି ତାଙ୍କ ଅନ୍ୟ ଜଣେ ସହଯୋଗୀକୁ ପଠାଇ ଥିଲେ ହେଲେ ତାଙ୍କ ସହଯୋଗି କୌଣସି ପ୍ରକାର ଉତ୍ତର ଦେବାରରେ ସକ୍ଷମ ହୋଇନଥିଲେ।ସ୍ବାସ୍ଥ୍ୟ ଅଧିକାରୀ ନିୟମିତ ଭାବେ ଆସୁନଥିବାରୁ ବିଭିନ୍ନ ସରପଞ୍ଚ ଓ ସମିତି ମାନେ ତାଙ୍କ ବଦଳି ଦାବୀ କରିଥିଲେ।ବୈଠକରେ ପଶୁ ସମ୍ପଦ କିମ୍ଵା ପ୍ରାଣୀ ଚକିତ୍ସାଳୟ,ବନ ବିଭାଗ,କେନ୍ଦୁପତ୍ର ବିଭାଗ ପକ୍ଷରୁ କେହି ଉପସ୍ଥିତ ନ ରହିଥିବାରୁ ସମସ୍ତ ସରପଞ୍ଚ ଓ ସମିତି ଆସନ୍ତୋଷ ପ୍ରକାଶ କରିଥିଲେ।ବିଜୁ କେବିକେ ପେଜେକ୍ଟ କୁ ନେଇ ସଠିକ ଭାବରେ କାର୍ଯ୍ୟ ହେଉ ନ ଥିବା ବେଳେ ଅସନ୍ତୋଷ ପ୍ରକାଶ ପାଇଥିଲା।ଅନ୍ୟପଟେ ପ୍ରାଣୀ ଚିକିତ୍ସା ବିଭାଗ ଓ ବନ ବିଭାଗ ର ଅଧିକାରୀ ଙ୍କ ଅନୁପସ୍ଥିତ ନେଇ ଅସନ୍ତୋଷ ଦେଖା ଦେଇଛି। କୃଷି ଅଧିକାରୀ ଚିତ୍ତ ରଞ୍ଜନ ଶତପଥୀ ଚାଷୀ ମାନଙ୍କୁ ହଇରାଣ କରିଥିବା ସହ ବିଭିନ୍ନ ସରକାରୀ ସହାୟତା କୁ ବାଟମାରଣା କରୁଥିବା ମଧ୍ୟ ଅଭିଯୋଗ ହୋଇ ଥିଲା।ଏହି ବୈଠକରେ ସରପଞ୍ଚ ଅନୁରାଧା ସେଠ,ଶୈଳେଦ୍ରୀ ମହାନନ୍ଦ,କରିସ୍ମା ନନ୍ଦ,ନନ୍ଦି କିଶୋର ବଗର୍ତ୍ତି,ଇତିଶ୍ରୀ ସାହୁ,ଯୁଗଲାଲ ମାଝୀ,ଅହଲ୍ୟା ସାହୁ,ହେମକାନ୍ତି ସାହୁ ସମେତ ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ, ସଭ୍ୟା, ସରପଞ୍ଚ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love