ଚଷା-ଚାଷୀ ଓ ଅର୍ଚ୍ଚନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବେ ବିରୋଧୀ

କାଲିଠୁ ବିଧାନସଭା । ଅର୍ଚ୍ଚନା,ଚାଷୀ ଓ ଅନ୍ୟ ପ୍ରସଙ୍ଗରେ ଅଡ଼ୁଆରେ ପଡ଼ିପାରନ୍ତି ରାଜ୍ୟ ସରକାର । ଏ ସବୁ ପ୍ରସଙ୍ଗରେ କମ୍ପିବ ବିଧାନସଭା ଶୀତ ଅଧିବେଶନ । ଶାସକ ଦଳକୁ ଘେରିବାକୁ ବିଜେପି ଓ କଂଗ୍ରେସର ପ୍ରସ୍ତୁତି । ବିଜେପି ଉଠାଇବ ଅର୍ଚ୍ଚନା, ଧର୍ମେନ୍ଦ୍ର ମୃତ୍ୟୁ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ପ୍ରସଙ୍ଗ । ଏହାସହ ଚାଷ ଓ ଚାଷୀଙ୍କ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବ ଦଳ । ଅନ୍ୟପଟେ ଉଭୟ ବିଜେପି ଓ କଂଗ୍ରେସର ରଣନୀତିକୁ କାଉଣ୍ଟର କରିବା ପାଇଁ ଶାସକ ବିଜେଡି ବି ପ୍ରସ୍ତୁତ କରୁଛି । ବିଭିନ୍ନ ପ୍ରସଙ୍ଗରେ ଅଡ଼ୁଆରେ ପଡ଼ିଥିବା ଶାସକ ଦଳ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରିପାରେ । ତେବେ ରାଜନୈତିକ ବିଶେଷଜ୍ଞଙ୍କ ମତରେ, ବର୍ତ୍ତମାନ ଏ ଦାବିରେ ଦମ୍ ନାହିଁ । କେବଳ ନିର୍ବାଚନ ଆସିଲେ ଏମିତି ବାହାନା  ।

ସେପଟେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ଇଡି ତଦନ୍ତରେ ସମସ୍ତେ ସହଯୋଗ କରିବା ଉଚିତ । ବିଧାନସଭାରେ ଚାଷୀ ପ୍ରସଙ୍ଗ ହିଁ ମୁଖ୍ୟ ପ୍ରସଙ୍ଗ ହେବା ଦରକାର । ଏବେ କ୍ଷେତରେ ପାଣି ନାହିଁ । ଧାନବିକ୍ରି ହୋଇନାହିଁ । କଲେକ୍ଟରମାନେ ମନମାନି କରିଛନ୍ତି । ଇନପୁଟ ସବସିଡି ମଳିନାହିଁ । ତେଣୁ ଏହି ପ୍ରସଙ୍ଗ ଗୃହରେ ଉଠିବ ବୋଲି କହିଛନ୍ତି ବିରୋଧୀଦଳ ନେତା ।

Spread the love