କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପ୍ରଥମେ ସାଧୁ ସନ୍ଥ ମାନଙ୍କ ସହ ଆଲୋଚନା କରି ଥଇଥାନ କଲା ପରେ ପଦକ୍ଷେପ ନେଇଥିଲେ ଉଚିତ୍ ହୋଇଥାନ୍ତା – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ନଭେମ୍ବର ୨୩ – ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ମହିମାଗାଦିରେ ପୁରାତନ ମନ୍ଦିର ଭଙ୍ଗାଯିବା ଘଟଣାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଯୋରନ୍ଦା ମହିମାଗାଦିରେ ଥିବା ପ୍ରାୟ ୯୫ ବର୍ଷର ପୁରାତନ ମନ୍ଦିର ଗୁଡ଼ିକୁ ଭଙ୍ଗାଯିବାର ଦୃଶ୍ୟ ଦେଖି ମନ କଷ୍ଟ ହେଲା । ରାଜ୍ୟ ସରକାର ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପାଇଲା ପରେ ପ୍ରଥମେ ପରମ ପୂଜ୍ୟ ସାଧୁ ସନ୍ଥ ମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ପରେ ପଦକ୍ଷେପ ନେଇଥିଲେ ଉଚିତ୍ ହୋଇଥାନ୍ତା । ଏହି ଘଟଣା ଦେଶର ମହିମା ଧର୍ମାବଲମ୍ୱୀଙ୍କ ଆସ୍ଥା ଓ ବିଶ୍ୱାସକୁ ବହୁତ ଆଘାତ୍ ଦେଇଛି ।

ଢେଙ୍କାନାଳ ଜିଲ୍ଲାପାଳଙ୍କ ସହ ମୁଁ ଏହି ବିଷୟରେ କଥା ହୋଇଛି । ଉଭୟ ପକ୍ଷର ପରମ ପୂଜ୍ୟ ସାଧୁ ସନ୍ଥମାନେ ନିଜ ନିଜ ଭିତରେ ଆଲୋଚନା କରି ସମସ୍ୟାର ସମାଧାନର ରାସ୍ତା ବାହାର କଲେ ସମାଜକୁ ସଠିକ୍ ମାର୍ଗଦର୍ଶନ ମିଳିପାରିବ ବୋଲି ମୁଁ ଆଶା କରୁଛି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Spread the love