ରେଙ୍ଗାଲିରେ ଅଞ୍ଜଳିଭରି କାର୍ଯ୍ୟକ୍ରମ

ସଇଁନ୍ତଲା,ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡ଼ା ପଞ୍ଚାୟତର ରେଙ୍ଗାଳିରେ ଗାଁରେ ସିଏନଆଇ ଚର୍ଚ୍ଚ ଓ ବେର୍ଷବା ଚର୍ଚ୍ଚ ଅଫ ଗଡର ମିଳିତ ଆନୁକୁଲ୍ୟରେ ଅଞ୍ଜଳିଭରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିରୋଦ ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ରେଙ୍ଗାଳି ସିଏନଆଇ ଚର୍ଚ୍ଚ ଠାରୁ ଶତାଧିକ ଖ୍ରୀଷ୍ଟ ପ୍ରେମି ମହମବତୀ ଜଳାଇ ରେଙ୍ଗାଳି ଛକକୁ ପରିକ୍ରମା କରିବା ପରେ ସ୍ଥାନୀୟ ବେର୍ଷବା ଚର୍ଚ୍ଚ ଅଫ ଗଡକୁ ପହଞ୍ଚି ଥିଲେ ସେଠାରେ ପାଲକ ଜୀବିତ ସାଗରିଆଙ୍କ ସଭାପତିତ୍ଵରେ ପ୍ରଭୁ ଯିଶୁଙ୍କ ନିମନ୍ତେ ଏକ ପ୍ରାଥନା ସଭା ଆୟୋଜନ କରିଥିବା ସହ ଖ୍ରୀଷ୍ଟଙ୍କ ପବିତ୍ର ମାସ ଡ଼ିସେମ୍ବର ମାସକୁ ସ୍ୱାଗତ କରିଥିଲେ। ପ୍ରଥନା ସଭାରେ ହେରୋଦ ନାଗ, ମଙ୍ଗଳ ମହାନନ୍ଦ, ସୋନ୍ତୋସି ନାଗ, ଇସ୍ମାଇଲ ନନ୍ଦ, ଶନ୍ତ ନାଗ, ସିଦ୍ଧେଶ୍ୱର ନାଗ, ଇଶୁ କୁମ୍ଭାର, ଈଶୁଦାସ ମହାନନ୍ଦ, ଅବେଦ ନନ୍ଦ, ଵାରୁ ମହାନନ୍ଦ, ଜିତୁ ମହାନନ୍ଦ, ସୂର୍ଯ୍ୟକାନ୍ତି କୁମ୍ଭାର, ପ୍ରତିକ୍ଷାରାଣୀ କୁମାର, ନମିତା ନନ୍ଦ, ମାର୍ଥା ମହାନନ୍ଦ ଓ ରଉଦା ନାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love