ସଂକ୍ଷେପରେ ଖବର…

୧-ପଦ୍ମପୁର ଉପନିର୍ବାଚନ: ଅପରାଜିତାଙ୍କ ମାରାଥନ୍ ପ୍ରଚାର, ବର୍ଷାଙ୍କୁ ସତ୍ୟବାଦୀର ବୋହୂ କହି ମାରିଲେ ତେରଛା ବାଣ ।

୨-କୋଟିଆରେ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଥିଲା ଆନ୍ଧ୍ର; ବିରୋଧ କଲେ ପଟାଙ୍ଗି ବିଡିଓ, ଛାଡ଼ିପଳାଇଲେ ମେଡିକାଲ୍‌ ଟିମ୍‌

୩-ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ। ଓଡିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା।

୪-ASO ପରୀକ୍ଷା: କୋର୍ଟଙ୍କ ବିନା ଅନୁମତିରେ OPSC ପ୍ରକାଶ କରିପାରିବନି ଚୂଡ଼ାନ୍ତ ତାଲିକା ।

୫-ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ‘ଟ୍ରାନ୍ସଫର୍ମିଂ ସ୍କୁଲ୍ ଏଜୁକେଶନ ଫର୍ ଫ୍ୟୁଚର୍ ରେଡି ଓଡ଼ିଶା’ ଉପରେ ସ୍ୱତନ୍ତ୍ର ଅଧିବେଶନ।

୬-ସେକ୍ସଟର୍ସନ ଅଭିଯୁକ୍ତକୁ ଗିରଫ କଲା ସିବିଆଇ, ଦିଲ୍ଲୀରେ ବସି ଆମେରିକାର ପ୍ରଫେସରଙ୍କୁ କରୁଥିଲା ଟାର୍ଗେଟ୍ ।

୭-ବଦଳୁଛି ଓଡିଆ ଚଳଚ୍ଚିତ୍ରର ରୂପରେଖ। ‘ଦମନ’ ପରେ ଦର୍ଶକଙ୍କ ମନକୁ ଛୁଇଁଲା ‘ପ୍ରତୀକ୍ଷା’, ୧୪ ସହରରେ କଲା ମୁକ୍ତିଲାଭ।।

୮-ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ କରି ନିଜକୁ କେବେ ଦାତା ମନେ କରିବା ନାହିଁ: ସାଂସଦ ପ୍ରତାପ ।

୯-ନାଟୋରେ ଭାରତକୁ ସାମିଲ କରାଇବାକୁ ପ୍ରୟାସ କରୁଛି ଆମେରିକା, ରୁଷ ବିଦେଶ ମନ୍ତ୍ରୀଙ୍କ ବଡ଼ ଦାବି।

୧୦-ସୋଆ ବାୟୁ ସମ୍ମିଳନୀ: ବାୟୁ ପ୍ରଦୂଷଣ ବିରୋଧରେ ମୁକାବିଲା କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ଆହ୍ୱାନ। ।

୧୧-ନଭେମ୍ବର ୨୯ରୁ ଡ଼ିସେମ୍ବର ୧ ପର୍ଯ୍ୟନ୍ତ ପଦ୍ମପୁର ନିର୍ବାଚନମଣ୍ଡଳୀରେ ମାରାଥନ ପ୍ରଚାର କରିବା ପରେ ପୁଣି ଥରେ ଆଜି ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୧୨-ଚାଷୀ ପ୍ରସଂଗରେ ଟ୍ରାକ୍ଟର, ହଳ ଲଙ୍ଗଳ ଓ ଶଗଡ ଧରି ବିଧାନସଭା ଘେରିଲା ରାଜ୍ୟ ବିଜେପି ।

୧୩-ସବୁ ମନ୍ଦିରକୁ ଭକ୍ତଙ୍କ ମୋବାଇଲ ନେବା ଉପରେ ଲଗାଯାଉ ରୋକ, ତାମିଲନାଡୁ ସରକାରଙ୍କୁ ମାଦ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

*୧୪-ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଛି ଶୀତକାଳୀନ ଅଧିବେଶନ। ମାତ୍ର ଆଠ ଦିନ ଚାଲିବା ପରେ ଗତ କାଲି ଗୃହକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।*

*୧୫-ଛତିଶଗଡ଼ର ବସ୍ତର ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି.. ଜଗଦଲପୁରରୁ ୧୧ କିଲୋମିଟର ଦୂରରେ ଥିବା ମାଲଗାଓଁରେ ଏକ ଚୂନ ପଥର ଖାଦାନ ଭୁଶୁଡ଼ି ପଡ଼ିଛି.. ଏଥିରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା।*

*୧୬-ବ୍ରହ୍ମପୁର ଏସଡିଜେଏମ କୋର୍ଟ ସମ୍ମୁଖରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି.. ମହିଳା ଜଣକ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।*

*୧୭-ପଦ୍ମପୁର ସଭାରେ ଜିଲ୍ଲା ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ: କହିଲେ,୨୦୨୩ରେ ଜିଲ୍ଲା ହେବ ପଦ୍ମପୁର।*

*୧୮-ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ:ଆଉ ଲକ୍ଷେ ୭୦ ହଜାର କୋଟି ଆସିଲା।*

୧୯-ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ:୫ ତାରିଖ ଅପରାହ୍ନ ୪ ସୁଦ୍ଧା ଓଟିଏମ୍‌କୁ ଦଖଲ ନେବେ ସରକାର।

୨୦-ହକି ବିଶ୍ବକପ୍‌ ଟ୍ରଫି ପରିକ୍ରମା ୫ରୁ, ୨୧ ଦିନ ଧରି ‌ଦେଶର ୧୬ ସହର ବୁଲିବ ।

୨୧-ଆଇପିଏଲ୍‌ରୁ ଅବସର ନେଲେ ବ୍ରାଭୋ: ସିଏସ୍‌କେ ବୋଲିଂ ପ୍ରଶିକ୍ଷକ ନିଯୁକ୍ତ ।

୨୨-ଫିଫା ବିଶ୍ବକପ୍‌: ନକ୍‌ଆଉଟ୍‌ରେ ବ୍ରାଜିଲ, ସ୍ବିଜରଲାଣ୍ଡ୍‌ ।

୨୩-ଫିଫା ବିଶ୍ବକପ୍‌: ୪ ଥର ବିଜେତା ଜର୍ମାନି ବିଦା; ପ୍ରିକ୍ବାର୍ଟରରେ ଜାପାନ, ସ୍ପେନ୍‌।

୨୪-କଲେଜିୟମର ପୂର୍ବ ନିଷ୍ପତ୍ତି ଉପରେ ଟିପ୍ପଣୀ କରିବା ଫ୍ୟାସନ ହୋଇଛି; ଆମେ ସବୁଠୁ ସ୍ୱଚ୍ଛ ଅନୁଷ୍ଠାନ -ସୁପ୍ରିମକୋର୍ଟ।

୨୫-ଚର୍ଚ୍ଚିତ ଘୁମୁଡ଼ା ଶିଶୁ ହତ୍ୟା ମାମଲାର ରାୟ ପ୍ରକାଶ ପାଇଲା, ୨ମହିଳା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ।

୨୬-PhonePe, Gpay ପରି କମ୍ପାନୀଗୁଡିକ ପାଇଁ ବଡ ଆଶ୍ବସ୍ତି! UPI ମାର୍କେଟ କ୍ୟାପ୍ ସମୟସୀମା ୨ ବର୍ଷ ବଢ଼ାଇଲା NPCI।

Spread the love