ଆହୁରି ସଶକ୍ତ ହେବେ ମହିଳା, ପ୍ରତି ଜିଲ୍ଲାରେ ସ୍ଥାପନ ହେବ ମିନି ଶିଳ୍ପ ପାର୍କ

ଭୁବନେଶ୍ଵର: ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ଲାଗି ପ୍ରତି ଜିଲ୍ଲାରେ ସ୍ଥାପନ ହେବ ମିନି ଶିଳ୍ପ ପାର୍କ । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଆୟୋଜିତ ଏସଏଚଜି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସାରା ରାଜ୍ୟରେ ୭୦ଲକ୍ଷ ସଶକ୍ତ ମହିଳା ସୃଷ୍ଟି ହୋଇଛନ୍ତି । ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ୍‌ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ । ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ରିଭଲିଂ ଫଣ୍ଡ ଏବଂ ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ୫୦ଲକ୍ଷ ଟଙ୍କାର ରିଭଲିଂ ଫଣ୍ଡ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ସମାଜ ଓ ସରକାର ମଧ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ ସେତୁ ଭଳି କାମକରୁଛନ୍ତି ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

ପ୍ରତି ଜିଲ୍ଲାରେ ହେବ ମିନି ଶିଳ୍ପ ପାର୍କ । ଜିଲ୍ଲା ଫେଡେରେସନକୁ ମିଳିବ ୧କୋଟିର ରିଭଲିଂ ଫଣ୍ଡ । ବ୍ଲକ ସ୍ତରରେ ଫେଡେରେସନକୁ  ମିଳିବ ୫୦ଲକ୍ଷ ରିଭଲିଂ ଫଣ୍ଡ । ଆଜି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଆୟୋଜିତ SHG ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୫ବର୍ଷରେ SSG ମାନଙ୍କ ଠାରୁ ୫ହଜାର କୋଟି ଟଙ୍କା ସେବା ଓ ସାମଗ୍ରୀ ପାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସାରା ରାଜ୍ୟରେ ୭୦ଲକ୍ଷ ସଶକ୍ତ ମହିଳା ସୃଷ୍ଟି ହୋଇଛନ୍ତି । ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍‌ ନୁହେଁ । ଏହା ଆପ ପବିତ୍ର ଦାୟିତ୍ବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୋର ଦୃଢ଼ ବିଶ୍ବାସ, ମା’ ମାନଙ୍କୁ ସଶକ୍ତ ନକରି କୌଣସି ପରିବାର, କୌଣସି ସମାଜ, କୌଣସି ରାଜ୍ୟ କିମ୍ବା ଦେଶ ଆଗକୁ ବଢ଼ି ପାରିବ ନାହିଁ ।

ଓଡ଼ିଶାରେ ୬ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ SHG ମାନଙ୍କୁ SMEରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏଥି ପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ୍‌ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି କହିବା ସହ ପ୍ରତି ଜିଲ୍ଲା ଫେଡେରେସନକୁ ୧କୋଟି ଟଙ୍କାର ରିଭିଲିଂ ଫଣ୍ଡ ଏବଂ ପ୍ରତି ବ୍ଲକସ୍ତରର ଫେଡେରେସନକୁ ୫୦ଲକ୍ଷ ଟଙ୍କାର ରିଭଲିଂ ଫଣ୍ଡ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ମଞ୍ଚରେ ବଡ଼ ବଡ଼ ଶିଳ୍ପ ପତିଙ୍କ ସହ ଷ୍ଟେଜ୍‌ ସେୟାର କରିଛନ୍ତି SHG ଗ୍ରୁପର ମହିଳା ଉଦ୍ୟୋଗୀ । ମିଶନ ଶକ୍ତି ପକ୍ଷରୁ ରାଜ୍ୟର ୩ହଜାରରୁ ଅଧିକ ଏସଏଚଜିଙ୍କୁ ନେଇ ଶକ୍ତି ସମାବେଶ ହୋଇଛି । ଏହି ଅବସରରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି ମହିଳା ଏସଏଚଜିଗୁଡ଼ିକ ରାଜ୍ୟରେ ଏବେ ସରକାର ଓ ସମାଜ ମଧ୍ୟରେ ସେତୁର କାମ କରୁଛନ୍ତି । ମହିଳାଙ୍କୁ ଆହୁରି ଆଗକୁ ନେବାକୁ ମିଶନଶକ୍ତି ବିଭାଗ ସଂକଳ୍ପବଦ୍ଧ । ବିଭିନ୍ନ ସଂସ୍ଥା ସହ ବିଭାଗ ପକ୍ଷରୁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀର ବଜାର ମୂଲ୍ୟ ବଢ଼ିବ । ଫ୍ଲିପକାର୍ଟ ସହ ଆମର MOU ପରେ ଆମ ମହିଳାଙ୍କ ହାତ ତିଆରି ଜିନିଷ ଆମେରିକା ଓ ଅଷ୍ଟ୍ରେଲିଆ ବଜାରେ ବିକ୍ରି ହେବ ।  ଆନ୍ତର୍ଜାତିକ ବଜାରରେ ପହଞ୍ଚିବ ଓଡ଼ିଶା ମହିଳାଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ । ମହିଳା SHGଗୁଡ଼ିକୁ ସରକାର ଅଧିକ ସହଯୋଗ ଓ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ଶା ମହିଳାଙ୍କ ବିକାଶର ଧାରା ସମଗ୍ର ଦେଶକୁ ରାସ୍ତା ଦେଖାଇବ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ।

ମହିଳାମାନେ ଏବେ ଭିନ୍ନ ପରିଚୟରେ ପରିଚିତ ହେଉଛନ୍ତି । ପରିବାର ଗଢ଼ିବା ସହ ଏବେ ସମାଜ ଗଢ଼ିବାରେ ଗୁରୁଦାୟିତ୍ବକୁ ନିଷ୍ଠାର ସହ ତୁଲାଉଛନ୍ତି । SHG ଗ୍ରୁପ୍‌ ଗୁଡ଼ିକୁ ବିନା ସୁଧରେ ୫ଲକ୍ଷ ଟଙ୍କା ଯାଏଁ ଋଣ ସୁବିଧା କରିଛନ୍ତି ରାଜ୍ୟ ସରକାର ।ଯାହା ମହିଳାଙ୍କୁ ଆର୍ଥିକ ସ୍ବାଧୀନତା ଆଣିଦେବ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

Spread the love