ଭାରତୀୟ ନୌସେନା ଦିବସ

ନୂଆଦିଲ୍ଲୀ ୦୪/୧୨: ରବିବାର ଅର୍ଥାତ୍ ଆଜି ନୌସେନା ଦିବସ । ନୌବାହିନୀର ପରାକ୍ରମକୁ ମନେପକାଇବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଡିସେମ୍ବର ୪ ତାରିଖରେ ଭାରତୀୟ ନୌସେନା ଦିବସ ପାଳନ ହେଉଛି । ଭାରତୀୟ ସଶସ୍ତ୍ର ବଳରେ ନୌସେନାର ଭୂମିକା ଅନ୍ୟତମ । ଜଳ ସୀମାରେ ଦେଶ ସୁରକ୍ଷା ପାଇଁ ଭାରତୀୟ ନୌସେନା ବଦ୍ଧପରିକର । ମରାଠା ସମ୍ରାଟ ଛତ୍ରପତି ଶିବାଜୀ ଭୋସ୍‌ଲେଙ୍କୁ ଭାରତୀୟ ନୌସେନାର ଜନକ କୁହାଯାଏ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ନୌସେନା ଅନ୍ୟତମ ଭୂମିକା ଗ୍ରହଣ କରିଥିଲା । ଭାରତୀୟ ଯୋଦ୍ଧାଙ୍କ ରଣନୀତିର ମାତ୍ ଖାଇଥିଲା ପାକିସ୍ତାନ । ଅପରେସନ ଟ୍ରାଇଡେଣ୍ଟରେ ଥରହର ହୋଇଥିଲା ଶତ୍ରୁ ପକ୍ଷ। କରାଚି ଏୟାର ଷ୍ଟେସନରେ ହମଲା କରିଥିଲା ଭାରତୀୟ ନୌସେନା । ଏଥିରେ ପାକିସ୍ତାନର ବହୁ ଯୁଦ୍ଧାସ୍ତ୍ର ଜାହାଜ ସହିତ ଅଏଲ୍ ଟାଙ୍କର ନଷ୍ଟ ହୋଇଥିଲା । ତେବେ ନୌସେନାର ଏହା ପରାକ୍ରମକୁ ମନେପକାଇବାକୁ ପ୍ରତି ବର୍ଷ ଡିସେମ୍ବର ୪ତାରିଖରେ ନୌସେନା ଦିବସ ପ୍ରସ୍ତୁତି ହେଉଛି ।

ନୌସେନା ଦିବସରେ ନୌବାହିନୀର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଡମିରାଲ ଆର୍ ହରି କୁମାରଙ୍କ ସହିତ ସିଡିଏସ୍ ଜେନେରାଲ ଅନିଲ ଚୌହାନ, ଆଇଏଏଫ୍ ପ୍ରମୁଖ ଏୟାର ଚିଫ୍ ମାର୍ଶଲ ବି.ଆର୍ ଚୌଧୁରୀ ଏବଂ ଭାଇସ୍ ଆର୍ମି ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ ବି.ଏସ ରାଜୁ ଉପସ୍ଥିତ ରହି ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

Spread the love