ଭାରତ-ବାଂଲାଦେଶ ଦ୍ବିତୀୟ ଦିନିକିଆ, ସିରିଜ୍ ବରାବର ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ମୀରପୁର, ୬/୧୨:  ଭାରତ-ବାଂଲାଦେଶ ଦ୍ବିତୀୟ ଦିନିକିଆ । ବୁଧବାର ସାଢେ ୧୧ଟାରେ ଶେର୍ ବାଂଲା ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ପ୍ରଥମ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ପରେ ସରିଜ୍ କବଜା ଲକ୍ଷ୍ୟରେ ଘରୋଇ ଦଳ । ସେପଟେ ଭ୍ରମଣକାରୀ ଭାରତ ପାଇଁ ଆଜିର ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ମ୍ୟାଚ୍ ଜିତି ସିରିଜ୍‌କୁ ଫେରିବାକୁ ଜୋରଦାର ଅଭ୍ୟାସ କରିଛି ରୋହିତ ବାହିନୀ ।

୩ଟିକିଆ ଓ୍ବେନଡେ’ ସିରିଜରେ ପ୍ରଥମ ମ୍ୟାଚ୍ ଜିତି ୧-୦ରେ ଆଗରେ ରହିଛି ବାଂଲାଦେଶ । ଏପଟେ ସିରିଜକୁ ବାରବାର କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଦ୍ବିତୀୟ ଦିନିକିଆରେ ଚତ୍ମକାର ପ୍ରଦର୍ଶନ କରି ଶୃଙ୍ଖଳାକୁ ଫେରିବା ନେଇ ଆଶା କରାଯାଇଛି । ଏନେଇ ସିନିୟର ଖେଳାଳିଙ୍କୁ ତୃଟି ସୁଧାରିବାକୁ ପଡିବ । ପ୍ରଥମ ମ୍ୟାଚ୍‌ରେ କ୍ୟାଟେନ୍ ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି ବିଫଳ ହୋଇଥିଲେ । ସିରିଜ୍ ଫେରିବାକୁ ହେଲେ ଆଜିର ମ୍ୟାଚରେ ଓପିନଂ ଯୋଡ଼ିକୁ ଦମଦାର୍ ପ୍ରଦର୍ଶନ କରିବାକୁ ପଡ଼ିଛି।

ଦ୍ବିତୀୟ ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ଅଲରାଣ୍ଡର ଅକ୍ଷର ପଟେଲଙ୍କୁ ସାମିଲ କରିବା ନେଇ ଚର୍ଚ୍ଚା ହେଉଛି । ଆହତ ସମସ୍ୟା ଯୋଗୁ ପ୍ରଥମ ମ୍ୟାଚରେ ବାଦ୍ ପଡିଥିଲେ ଅକ୍ଷର । ପ୍ରଥମ ଦିନିକିଆରେ ପିଚ୍‌ ଉଭୟ ପେସ୍‌ ବୋଲର ଓ ସ୍ପିନରଙ୍କୁ ସହାୟତା କରିଥିଲା । ସାକିବ ୫ଟି ୱିକେଟ୍‌ ନେଇଥିଲେ । ପେସ୍‌ ବୋଲରଙ୍କ ମଧ୍ୟରେ ଇବାଦତ ୪, ମହମ୍ମଦ ସିରାଜ ୩ଟି ଓ କୁଲଦୀପ ସେନ ୨ଟି ୱିକେଟ ଅକ୍ତିଆର କରିଥିଲେ। ତେଣୁ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

Spread the love