କେନ୍ଦ୍ରାପଡାରେ 5 -T ସଚିବ

5 -T ସଚିବ ଭି . କାର୍ତିକେୟନ ପାଣ୍ଡିଆନ ଓ ତାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଦପ୍ତରର ବହୁ ବରିଷ୍ଠ ଅଧିକାରୀ ଆଜି କେନ୍ଦ୍ରାପଡା ଡାକ୍ତର ଖାନରେ ପହଂଚି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି I କେନ୍ଦ୍ରାପଡା ଡାକ୍ତରଖାନାର ଭିତିଭୂମି ,ରୋଗୀ ପାଉଥିବା ସମସ୍ତ ସୁବିଧା ସୁଯୋଗକୁ ତଦାରଖ କରିଛନ୍ତି 5 -T ସଚିବ I ଏହାସହ ରୋଗୀମାନଙ୍କ ସହ ସିଧାସଳଖ ଆଲୋଚନ କରି ଭଲ ମନ୍ଦ ବୁଝିଛନ୍ତି I ସେପଟେ ‘ମୋ ସରକାର’ ଯୋଜନା ଅନୁସାରେ 5 -T ର ସଚିବ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଜିଲ୍ଲାକୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି I ଏହି ତିନୋଟି ଜିଲ୍ଲା ହେଉଛି କୋରାପୁଟ , ମାଲକାନଗିରି ଓ ନବରଙ୍ଗପୁର I ମେଡିକାଲର ଶଯ୍ୟା ସଂଖ୍ୟା ୨୦୦ କୁ ବୃଦ୍ଧି କରିବା ସହ ରୋଗୀ ସେବା ଯାଇଁ ଆମ୍ବୁଲାନ୍ସ ମହା ପ୍ରୟାଣ ଗାଡି କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତ ଯୋଗାଇଛନ୍ତି I

Spread the love