ଦୁଃଖୀଙ୍କ ଦୁଃଖରେ ଦୁଃଖୀ ନବୀନ ପଟ୍ଟନାୟକ, ଫନି ପାଇଁ ନିଜ ଜନ୍ମଦିନ ପାଳନ କରିବେ ନାହିଁ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ମାତ୍ର ଏଥର ନିଜ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତି ନେଇଛନ୍ତି  ।  ବାତ୍ୟା ‘ଫନି’ ଯୋଗୁଁ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନିଜ ଜନ୍ମଦିନ ପାଳନ କରିବେ ନାହିଁ । ଏହାସହ ନିଜର ସମସ୍ତ ଶୁଭଚିନ୍ତକ ତଥା ଦଳୀୟ କର୍ମୀ ଓ ନେତାଙ୍କୁ ନବୀନ ନିବାସ ପରିବର୍ତ୍ତେ ଅନାଥ ଅନାଥାଶ୍ରମ ଏବଂ ଭିନ୍ନକ୍ଷମ ପିଲାଙ୍କ ପାଖକୁ ଯିବାକୁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଜୀବନ ବିନ୍ଦୁ’ ରକ୍ତଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ସେ ଖୁବ ଆନନ୍ଦିତ ଥିବା କହିଛନ୍ତି । ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲ ପାଇବା ତାଙ୍କୁ ଚିରଋଣୀ କରିରଖିଛି ବୋଲି ମଧ୍ୟ କହିଛନ୍ତି ।

Spread the love