ପରୀ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନ୍

ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ ଜାମିନ୍ । ସରୋଜଙ୍କୁ ହାଇକୋର୍ଟ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ତେବେ ଜାମିନ୍‌ରେ ଯିବା ପୂର୍ବରୁ କଣ ସବୁ ସର୍ତ୍ତ ରହିବ, ତାହା ତଳକୋର୍ଟ ସ୍ଥିର କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନୟାଗଡ଼ ଯଦୁପୁର ଅଞ୍ଚଳର ୫ ବଷିୟା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଘର ସମ୍ମୁଖରେ ଖେଳୁଥିବାବେଳେ ପରୀ ନିଖୋଜ ହୋଇଯାଇଥିଲା। ଏହାର ୧୦ ଦିନ ପରେ ମିଳିଥିଲା ମୃତଦେହ। ଏହି ଘଟଣାର ତଦନ୍ତ ପାଇଁ SIT ଗଠନ କରାଯିବା ସହ ଅଭିଯୁକ୍ତ ସରୋଜ ସେଠୀଙ୍କୁ ଗିରଫ କରାଯାଇଥିଲା।

Spread the love