ପଥର ମାଫିଆଙ୍କ ଆକ୍ରମଣରେ ଡିଏଫ୍‌ଓ ଆହତ, ୫ ଗିରଫ

ଢେଙ୍କାନାଳରେ ଚୋରା ପଥର ମାଫିଆଙ୍କ ଆତଙ୍କ । ପଥର ଗାଡ଼ି ଅଟକାଇବାରୁ ଡିଏଫଓଙ୍କୁ ଆକ୍ରମଣ ଅଭିଯୋଗ । ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନି କୁରୁମଟାଙ୍ଗ ଗାଁକୁ ଯାଇଥିବା ବେଳେ ଏକ ପଥର ବୋଝେଇ ଟ୍ରକକୁ ଅଟକାଇଥିଲେ । ଏହି ସମୟରେ ପଥର ମାଫିଆ ମାନେ ତାଙ୍କ ଉପରକୁ ଢେଲାମାଡ଼ କରିବା ସହ ଆକ୍ରମଣ କରିଥିଲେ । ଆକ୍ରମଣରେ ଡିଏଫଓ ଏବଂ ତାଙ୍କ କର୍ମଚାରୀ ଆହତ ହୋଇଛନ୍ତି ।

ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତକୁ ଖୋଜୁଛି । ପୂର୍ବରୁ ମଧ୍ୟ ଜଣେ ପ୍ରବେଶନ ଜିଲ୍ଲାପାଳଙ୍କୁ ମରଣାନ୍ତକ ଆକ୍ରମଣ ନେଇ ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

Spread the love