ବିଜୁ ପଟ୍ଟନାୟକ ଫିଲ୍ମ୍ ଆଣ୍ଡ ଟେଲିଭିଜନ ଇନଷ୍ଟୁଚ୍ୟୁଟର ଆଲୁମିନାଇ ପକ୍ଷରୁ ଡିପ୍ଲୋମା ଫିଲ୍ମ ଫେଷ୍ଟିଭାଲ

ବିଜୁ ପଟ୍ଟନାୟକ ଫିଲ୍ମ୍ ଆଣ୍ଡ ଟେଲିଭିଜନ ଇନଷ୍ଟୁଚ୍ୟୁଟର ଆଲୁମିନାଇ ତରଫରୁ ଏକ ଦିନିକିଆ ଡିପ୍ଲୋମା ଫିଲ୍ମ୍ ଫେଷ୍ଟିଭାଲ ଓ ସମ୍ବର୍ଦ୍ଧନା ଉତ୍ସବ ଭୁବନେଶ୍ବର ସ୍ଥିତ ରାଜ୍ୟ ଟ୍ରାଇବାଲ ମ୍ୟୁଜିୟମ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ବି.ପି.ଏଫ. ଟି .ଆଇ.ଓ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ୨୦୨୨ ମସିହା ପାଇଁ ପ୍ରସ୍ତୁତ ଶ୍ରେଷ୍ଠ ୧୦ ଗୋଟି ଚଳଚିତ୍ର ଯଥା: ଅସ୍ତରାଗ, ଲଷ୍ଟ ଆଣ୍ଡ ଫାଉଣ୍ଡ, ଆମ୍ମା ଲଜ୍, ଅର୍ଦ୍ଧ, ବାପା, ଭଗବାନ ଙ୍କ ଡାକଘର, ଦ ଜେନି, ଶେଷ ବସନ୍ତ ର ଚିଠି, ଦ ଅନଟୋଲଡ ଷ୍ଟୋରୀ, ସାଥି ଭଳି ଭିନ୍ନ ଧର୍ମୀ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ଏବଂ ଏହା ସହିତ ଏହି ଅନୁଷ୍ଠାନ ର ଆଲୁମିନାଇ ଯୁବ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରାମାଣିକ ଚଳଚ୍ଚିତ୍ର ଶ୍ରୀ କ୍ଷେତ୍ର ରୁ ସହିଯାତ ର ସ୍ଵତନ୍ତ୍ର ପ୍ରଦର୍ଶନ କରାଯାଇଥିଲା ।

ଏହି ଉତ୍ସବରେ ଖ୍ୟାତାନାମା ଚଳଚିତ୍ର ନିର୍ଦ୍ଦେଶକ ତଥା ସତ୍ୟଜିତ୍ ରାୟ ଫିଲ୍ମ୍ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ହିମାଂଶୁ ଶେଖର ଖଟୁଆ, ଭୁବନେଶ୍ୱର୍ ଦୂରଦର୍ଶନ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତି ମିଶ୍ର ଏବଂ ବିଜୁ ପଟ୍ଟନାୟକ ଫିଲ୍ମ୍ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟଟର ନିର୍ଦ୍ଧେଶକ ଶ୍ରୀଯୁକ୍ତ ଦେବାଶିଷ ଘୋଷାଲ ପ୍ରମୁଖ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗ ଦେଇ ଚଳଚିତ୍ର ସମ୍ପର୍କିତ ଅନେକ ଗୁରୁତ୍ଵ ପୂର୍ଣ୍ଣ ବାର୍ତ୍ତା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ । ଏହି ଚଳଚିତ୍ର ଉତ୍ସବ ରେ ଅନୁଷ୍ଠାନ ର ସମସ୍ତ୍ ପୂର୍ବତନ ଛାତ୍ର ଛାତ୍ରୀ ଯୋଗ ଦେଇ ଚଳଚିତ୍ର ମହୋଉତ୍ସବଟିକୁ ଉପଭୋଗ କରିଥିଲେ ।

Spread the love