୫ ଦଫା ଦାବି ନେଇ ଜାନୁଆରୀ ୧୧ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ ଧର୍ମଘଟ ଡାକରା

ଜାନୁଆରୀ ୧୧ରୁ ଟ୍ରକ ଧର୍ମଘଟ । ୫ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ସଂଘ । ୧୫ବର୍ଷର ଗାଡିକୁ ଅଚଳ କରିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି। ରାଜ୍ୟସରକାରଙ୍କ ସ୍କ୍ରାପିଙ୍ଗ୍‌ ପଲିସିକୁ ୧୫ବର୍ଷ ପରିବେର୍ତ୍ତ ୨୦ବର୍ଷ କରିବାକୁ ଦାବି ହୋଇଛି। ଏହାସହ ଟ୍ରକ ଭଡା ସଂଶୋଧନ କରିବାକୁ ଦାବି କରିଛି ସଂଘ।

ଡିସେମ୍ବର ୩୧ ସୁଦ୍ଧା ଦାବି ପୂରଣ ନହେଲେ ଜାନୁଆରୀ ୧୧ରୁ ଧର୍ମଘଟ କରିବାକୁ ଚେତାବନୀ ଦିଆଯାଇଛି। ଏଥିରେ ରାଜ୍ୟର ୨ଲକ୍ଷ ୧୦ ହଜାର ଟ୍ରକ ଧର୍ମଘଟରେ ସାମିଲ ହେବେ। ଆନ୍ତଃରାଜ୍ୟ ପରିବହନ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଟ୍ରକ ମାଲିକ ସଂଘ ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ।
Spread the love