ଅର୍ଚ୍ଚନାଙ୍କୁ ୧୩ ତାରିଖରେ କୋର୍ଟରେ ହାଜର କରିବ ED

ଅର୍ଚ୍ଚନା ନାଗ ମାମଲା । ଆଜି ରିମାଣ୍ଡର ଷଷ୍ଠ ଦିନ। ED ଅର୍ଚ୍ଚନାଙ୍କୁ ୧୩ ତାରିଖରେ କୋର୍ଟରେ ହାଜର କରିବ। ପୁଣି ଥରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ED।  ସେହିଭଳି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ୧୩ ତାରିଖରେ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର କରାଯିବ। ଜଗବନ୍ଧୁଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ସୂଚନା ମିଳିଛି। ଉଭୟ ବଣ୍ଟି ଓ ବବଲୀଙ୍କୁ EDରେ ମୁହାଁ ମୁହିଁ ଜେରା କରିବ।

ଅର୍ଚ୍ଚନାଙ୍କୁ ED ଜେରା କରୁଥିଲେ ହେଁ ସେ ସହଯୋଗ କରୁନାହାନ୍ତି। ମିଡ଼ିଆ ଆଗରେ କହିଥିବା ସବୁ କଥାକୁ ନେଇ ଅର୍ଚ୍ଚନା ଏବେ ଚୁପ ଅଛନ୍ତି। ମିଡ଼ିଆକୁ କହିଥିବା ଭିଡ଼ିଓ କ୍ଲିପ ED ଅର୍ଚ୍ଚନା ଙ୍କୁ ଦେଖାଇ ପଚାରୁଛି କଣ ସେ ବିସ୍ଫୋରକ ତଥ୍ୟ ରହିଛି । କଣ ସେ ତଥ୍ୟ ରହିଛି ଯାହା ଆସିଲେ ରାଜ୍ୟରେ ପରିବର୍ତ୍ତନ ହେବ।  ଏହାର କିଛି ଉତ୍ତର ଦେଉନାହାନ୍ତି ଅର୍ଚ୍ଚନା। ସେ କହୁଛନ୍ତି ତାଙ୍କ କଥାକୁ ମିଡ଼ିଆ ଅନ୍ୟ ଭାବେ ଦେଖାଉଛନ୍ତି। ଅର୍ଚ୍ଚନାଙ୍କ ଏହା ଏକ ଚାଲ ଥିଲା କି? ଏ ନେଇ ଚର୍ଚ୍ଚା ହେଉଛି। ତେବେ ବଣ୍ଟି ଓ ବବଲୀଙ୍କୁ ରିମାଣ୍ଡରେ ଆଣି ମୁହାଁ ମୁହିଁ ଜେରା କରି ଅନେକ ତଥ୍ୟ ହାସଲ କରିବ ବୋଲି ଯୋଜନା କରିଛି ED ।

Spread the love