ବିଜେଡି ନୁହେଁ, ବିଜେପି ଆଗୁଆ ନିର୍ବାଚନ କରିବାକୁ ଯୋଜନା କରୁଛି: ସୁଶାନ୍ତ ସିଂ

ଭୁବନେଶ୍ୱର: ଆଗୁଆ ନିର୍ବାଚନ ନେଇ ବିଜେଡି ବିଧାୟକ ସୁଶାନ୍ତ ସିଂ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ବିଜେଡି ନୁହେଁ ବିଜେପି ଆଗୁଆ ନିର୍ବାଚନ କରିବାକୁ ଯୋଜନା କରୁଛି। ହିମାଚଳ ପ୍ରଦେଶ ହାରିବା ପରେ ୫ ରାଜ୍ୟର ନିର୍ବାଚନ ଫଳାଫଳକୁ ଦୃଷ୍ଟିରେ ରଖି ଆଗୁଆ ନିର୍ବାଚନ ପାଇଁ ଯୋଜନା କରୁଛି ବିଜେପି। ଯଦି କେନ୍ଦ୍ରରେ ଆଗୁଆ ନିର୍ବାଚନ ହୁଏ ଏଠି ମୁଖ୍ୟମନ୍ତ୍ରୀ ଚିନ୍ତା କରିବ। ଜନସାଧାରଣ ବିଜେଡିକୁ ୫ ବର୍ଷ ପାଇଁ ଭୋଟ ଦେଇଛନ୍ତି। ଆଗୁଆ ନିର୍ବାଚନ ନେଇ ବିଜେଡି କିଛି ଚିନ୍ତା କରୁନାହିଁ। କିନ୍ତୁ ନିର୍ବାଚନ ଯେକୌଣସି ସମୟରେ ହେଲେ ବିଜେଡି ପ୍ରସ୍ତୁତ ଅଛି। ଏଣେ କଂଗ୍ରେସ-ବିଜେଡି ଡିଲ ପ୍ରସଙ୍ଗରେ ସୁଶାନ୍ତ ସିଂ କହିଛନ୍ତି, ଆମେ କାହା ସହିତ ଡିଲ କରିନୁ। ୨୦୧୪ରେ ସେମାନେ ସତ୍ୟ ଭୂଷଣ ସାହୁଙ୍କ ସହ କଥା ହୋଇ ଭୋଟ ଡାଇଭର୍ଟ କରି ଜିତିଥିଲେ। ବର୍ତ୍ତମାନ ବି ପଦ୍ମପୁରରେ ବିଜେପି ଯେଉଁ ଭୋଟ ପାଇଛି, ସେଥିରେ ବି କଂଗ୍ରେସ ଭୋଟ ରହିଛି। ଧାମନଗରରେ ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ହେବା ପରେ ବିଜେପି ସେଠି ବି ତାଙ୍କ ସହିତ ଡିଲ କରିଥିଲା। ଡିଲରେ ବିଜେଡି ବିଶ୍ୱାସ କରେନି। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅଛି।

Spread the love